Pratidin TV

Odisha's Digital News Platform

କୂଅରେ ପଡିଥିବା ବିଲେଇକୁ ବଞ୍ଚାଇବାକୁ ଯାଇଥିଲେ…..ଚାଲିଗଲା ପରିବାରର ୫ଜଣଙ୍କ ଜୀବନ

ବିଲେଇକୁ ରଖ କରିବା ହେଲା କାଳ | ଗୋଟିଏ ପରିବାରର ଚାଲିଗଲା ୫ ଜଣଙ୍କ ଜୀବନ | କୂଅରେ ପଡିଥିବା ବିଲେଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଏକାସାଙ୍ଗରେ ପରିବାରଙ୍କ ଜୀବନ |

ବାସ୍ତବରେ ଦୀର୍ଘ ଦିନ ଧରି ଏକ ବନ୍ଦ ରହିଥିବା କୂଅରେ ବିଲେଇଟି ପଡିଯାଇଥିଲା | ଯାହାକୁ ବଞ୍ଚାଇବାକୁ ଯାଇ ପରିବାରର ୫ ସଦସ୍ୟ କୂଅ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ | କିନ୍ତୁ ବଞ୍ଚାଇବାକୁ ଯାଇ ନିଜେ ପଡିଗଲେ ମୃତ୍ୟୁମୁଖରେ | ତେବେ କୂଅ ଭିତରେ ବିଷାକ୍ତ ଗ୍ୟାସ ଥିବା ଯୋଗୁଁ ପରିବାର ଲୋକଙ୍କୁ ହୋଇଥିଲା ଶ୍ୱାସରୁଦ୍ଧ | ଯାହା ଫଳରେ ୫ ଜଣଙ୍କ ପ୍ରାଣ ଚାଲିଯାଇଥିଲା | ସୂଚନା ପାଇବା ପରେ ପୋଲିସ ଘଟନସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା |

ରିପୋର୍ଟ ଅନୁସାରେ, ପ୍ରକୃତରେ ଜିଲ୍ଲାର ନେଭାସା ତହସିଲରେ ଥିବା ବାୟୋଗ୍ୟାସ୍‌ କୂଅରେ ଏକ ବିଲେଇ ପଡି ଯାଇଥିଲା। ତେବେ ସେହି ବିଲେଇକୁ ବଞ୍ଚାଇବା ପାଇଁ ପ୍ରଥମେ ଜଣେ ବ୍ୟକ୍ତି ଉକ୍ତ ବାୟୋଗ୍ୟାସ କୂଅ ଭିତରକୁ ଓହ୍ଲାଇଥିଲେ। ହେଲେ କିଛି ସମୟରେ ଉକ୍ତ ବ୍ୟକ୍ତି ଯେତେବେଳେ ଫେରିନଥିଲେ ସେତେବେଳେ ତାଙ୍କୁ ବଞ୍ଚାଇବାକୁ ଆଉ ଜଣେ ସେହି ବାୟୋଗ୍ୟାସ୍‌ କୂଅ ଭିତରକୁ ଯାଇଥିଲେ। ଏହାପରେ ଜଣଙ୍କ ପରେ ଜଣେ କରି ଗୋଟିଏ ପରିବାରର ୬ ଜଣ ବ୍ୟକ୍ତି ସେହି ବାୟୋଗ୍ୟାସ୍‌ ଗର୍ତ୍ତରେ ଫସି ଯାଇଥିଲେ। ଗୋବର ଭର୍ତ୍ତି ବାୟୋଗ୍ୟାସ୍ ଗର୍ତ୍ତରେ ଫସିଯିବା ଯୋଗୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ତେବେ ଏହି ଘଟଣା ମଙ୍ଗଳବାର ସନ୍ଧ୍ୟାରେ ନେଭାସା ତହସିଲର ୱାକଡି ଗାଁରେ ଏହି ଘଟଣା ଘଟିଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାତିସାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସମସ୍ତ ମୃତଦେହକୁ ବୁଧବାର ସକାଳୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Leave a Reply

Your email address will not be published. Required fields are marked *