Pratidin TV

Odisha's Digital News Platform

ଶ୍ରୀମନ୍ଦିର ଭିତରେ ବାହାରେ ଲାଗିବ AI କ୍ୟାମେରା ! ୪ ଦ୍ୱାର ସହ ପୁରା ସହର ଉପରେ ରଖିବ ଟିକନିକ୍ ନଜର …

1 min read

ଶ୍ରୀକ୍ଷେତ୍ର ଉପରେ ଟିକନିଖ୍ ନଜର ରଖିବ AI କ୍ୟାମେରା । ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଭିତରେ ଲାଗିବ ଇଓ କ୍ୟାମେରା। ଶ୍ରୀମନ୍ଦିର ଚତୁପାର୍ଶ୍ୱ ସହ ବେଳାଭୂମି ଏବଂ ପୁରା ସହର ଉପରେ ନଜର ରଖିବ ଏଆଇ । ଭିଡ ନିୟନ୍ତ୍ରଣ, ଭିତର ଶୋଧ, ସନ୍ଦିଗ୍ଧ ଗତିବିଧି, ମୋବାଇଲ ତଥା ଆଧୁନିକ ଯନ୍ତ୍ରପାତି ଉପରେ ନଜର ରଖିବ AI କ୍ୟାମେରା ।

ସୂଚନା ଅନୁଯାୟୀ ବର୍ତ୍ତମାନ ଶ୍ରୀମନ୍ଦିର ଚତୁପାର୍ଶରେ CCTV ଲଗାଯାଉଛି କିନ୍ତୁ ଖୁବଶୀଘ୍ର ଏଆଇ କ୍ୟାମେରା ଲଗାଯିବ ବୋଲି ସୂଚନା ମିଳୂଛି । ଆଜି ଶ୍ରୀମନ୍ଦିର ଚତୁପାର୍ଶ୍ବ ଉତ୍ତରଦ୍ବାର, ପୂର୍ବଦ୍ବାର, ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟକରଣ ଲାଇଟ ଖୁଣ୍ଟରେ ଲଗାଯାଉଛି ସିସିଟିଭି ।

ଶ୍ରୀମନ୍ଦିରରେ କିଭଳି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇପାରିବ । ଶ୍ରୀମନ୍ଦିର ଚାରି ଦ୍ବାର ସହିତ ଥିବା ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ା ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଥିବା କ୍ୟାମେରା ଲଗାଯିବା ଆବଶ୍ୟକ ବୋଲି କହିଛନ୍ତି ସେବାୟତ। ମୋବାଇଲ୍ ଫୋନ୍ ଚିହ୍ନଟ କରିପାରୁଥିବା AI ଜ୍ଞାନକୌଶଳ ଯୁକ୍ତ କ୍ୟାମେରା ମଧ୍ୟ ଶ୍ରୀମନ୍ଦିରରେ ଲଗାଯାଇପାରିବ, ସେଥିପ୍ରତି ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉ ବୋଲି କହିଛନ୍ତି ସେବାୟତ।

ଯଦି ବା ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ଭିଡ ନିୟନ୍ତ୍ରଣ, ଚୋରି ରୋକିବା କ୍ଷେତ୍ରରେ ଏହି CCTV ଅଭେଦ୍ୟ ରିପୋର୍ଟ ପ୍ରଦାନ କରିବ । ବିଶେଷକରି ସୁରକ୍ଷା କ୍ଷେତ୍ରରେ ପୋଲିସ ଯେତିକି କାର୍ଯ୍ୟକ୍ଷମ ହେବ ତା ଠାରୁ ଅଧିକ କ୍ରିୟାଶୀଳ ହେବ ସିସିଟିଭି କ୍ୟାମେରା। ତେଣୁ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ସହର ପୁରୀକୁ ସିସିଟିଭି ବଳୟ ଭିତରେ ରଖାଯାଉ ବୋଲି ଦାବି ଜୋର୍ ଧରିଛି।

Leave a Reply

Your email address will not be published. Required fields are marked *