Pratidin TV

Odisha's Digital News Platform

ରାଜଧାନୀକୁ ସୁରକ୍ଷା ଦେବ ଏଆଇ କ୍ୟାମେରା..

ଏବେ ସାରା ଦେଶ ପାଳିବାକୁ ଯାଉଛି  ୭୮ତମ ସ୍ୱାଧୀନତା ଦିବସ । ଯେଉଁଥିପାଇଁ ସାରା ଦେଶରେ ପୂର୍ବ ପ୍ରସ୍ତୁତି  ଆରମ୍ଭ ହୋଇଯାଇଛି । ସ୍ୱାଧୀନତା ଦିବସରେ  ଲାଲକିଲ୍ଲାରୁ ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେଉଁଥିପାଇଁ ଏବେ ଠୁ ସଜେଇ ହେଲାଣି ଲାଲକିଲ୍ଲା   । ତେବେ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୦ ହଜାର ପୋଲିସ କର୍ମଚାରୀ ଏବଂ ୩ ହଜାର ଟ୍ରାଫିକ୍ ପୋଲିସ ସୁରକ୍ଷାକାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେହିପରି ୭୦୦ରୁ ଅଧିକ ଆର୍ଟିଫିଆଲ ଇଣ୍ଟେଲେଜେନ୍ସ (ଏଆଇ) ଆଧାରିତ କ୍ୟାମେରା ମଧ୍ୟ ଲାଗିଛି । ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବ ।

ସେହିପରି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ତ, ସପିଂ ମଲ୍, ବଜାର ସମେତ ଅନେକ ଜନ ବହୁଳ ସ୍ଥାନରେ ପୋଲିସ କର୍ମଚାରୀ ନିୟୋଜିତ କରାଯାଇଛି । ଅନ୍ୟପଟେ, ସ୍ୱାଧୀନତା ଦିବସ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ବିଭିନ୍ନ ରାସ୍ତା ବନ୍ଦ କରିଦିଆଯିବ । ଦିଲ୍ଲୀ ଟ୍ରାଫିକ୍‌ ପୋଲିସ୍‌ ଏନେଇ ଆଡଭାଇଜାରି ଜାରି କରିଛି ।

Leave a Reply

Your email address will not be published. Required fields are marked *