Pratidin TV

Odisha's Digital News Platform

ବଜାରକୁ ଆସିଲା ବିଶ୍ୱର ପ୍ରଥମ AI ସ୍ମାର୍ଟଫୋନ ..

1 min read

ଏବେ ବଜାରକୁ ଆସିଲା ବିଶ୍ୱର ପ୍ରଥମ AI ସ୍ମାର୍ଟଫୋନ୍ । ବିଶ୍ୱର ସବୁଠାରୁ ପ୍ରସିଦ୍ଧ ସହର ବାର୍ସିଲୋନାରେ ଚାଲିଛି ଦୁନିଆରେ ସବୁଠୁ ବଡ଼ ଟେକ୍ ଇଭେଣ୍ଟ । ଏହି ଇଭେଣ୍ଟର ନାମ ହେଉଛି ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ ଯଥା ଗଡଉ ୨୦୨୪ । ଏହି ଇଭେଣ୍ଟକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । କାରଣ ଏଥିରେ ବଡ଼ ବଡ଼ ଟେକ୍ କମ୍ପାନୀଗୁଡିକ ନିଜ ନିଜର ସ୍ୱତନ୍ତ୍ର ଏବଂ ଇନୋଭେଟିଭ୍ ଟେକ୍ନୋଲୋଜି ଥିବା ପ୍ରଡକ୍ଟ ଲଞ୍ଚ କରିଥାନ୍ତି ।ତେବେ ଏହି ଇଭେଣ୍ଟରେ ଜର୍ମାନର ଏକ ଟେକ୍ କମ୍ପାନୀ AI ସ୍ମାର୍ଟଫୋନ୍ ଲଞ୍ଚ କରିଛି ।

ଜର୍ମାନ କମ୍ପାନୀ ଏହି ସ୍ମାର୍ଟଫୋନର ଏକ କନସେପ୍ଟ ଡିଜାଇନ୍ ଉପସ୍ଥାପନ କରିଛି । କମ୍ପାନୀ ଏହି ଫୋନ୍ ବିଷୟରେ ଅନେକ ତଥ୍ୟ ମଧ୍ୟ ଦେଇଛି । ଖାସ୍ କଥା ହେଉଛି ଏହା ଏକ ଆପ୍ ଫ୍ରି ସ୍ମାର୍ଟଫୋନ୍ । ଏହାର ଅର୍ଥ ହେଉଛି ଏହି ଫୋନ୍ ବ୍ୟବହାର କରିବା ପାଇଁ କୌଣସି ଆପ୍ ଡାଉନଲୋଡ୍ କରି ପାଇଁ ପଡିବ ନାହିଁ । ଏହି ଫୋନ୍ AI ଟେକ୍ନୋଲୋଜିରେ ସଂପୂର୍ଣ୍ଣ ଭାବେ କାମ କରିବ ଏବଂ ସେଥିପାଇଁ ଏଥିରେ କୌଣସି ପ୍ରକାରର ଆପର ଆବଶ୍ୟକତା ପଡ଼ିବ ନାହିଁ ।

Advertisement

Leave a Reply

Your email address will not be published. Required fields are marked *