Pratidin TV

Odisha's Digital News Platform

ବଜାରରୁ ଗାଏବ ହୋଇଯିବ ସ୍ମାର୍ଟଫୋନ , ଏବେ ଖାଲି ହାତରେ ଚାଲିବ ଫୋନ୍ !

1 min read

ଏଣିକି ଆଉ ସ୍ମାର୍ଟଫୋନର କୌଣସି ଆବଶ୍ୟକତା ରହିବ ନାହିଁ । ଏବେ ଖାଲି ହାତରେ ବି ଆପଣ ସ୍ମାର୍ଟଫୋନ ପରି ବ୍ୟବହାର କରିପାରିବେ । ଏବେ ସ୍ମାର୍ଟ ଫୋନର ସବୁ ଫିଚର ଆପଣଙ୍କ ହାତରେ । ଏକଥା ଆପଣଙ୍କୁ ଅସମ୍ଭବ ଲାଗୁଛି ନାଁ । ଅସମ୍ଭବ ହେଲେ ବି ଏହାକୁ ସମ୍ଭବ କରି ଦେଖାଇଛନ୍ତି ହ୍ୟୁମାନ କମ୍ପାନୀ । ବାର୍ସିଲୋନା ମୋବାଇଲ ୱାର୍ଲ୍ଡ କଂଗ୍ରେସ ୨୦୨୪ ଟେକ ଶୋ’ରେ ଏଆଇ ଫିଚର ଥିବା ଉତ୍ପାଦ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ଶୋରେ ହ୍ୟୁମାନ କମ୍ପାନୀ ପକ୍ଷରୁ ଅଣାଯାଇଥିବା ନୂଆ ଜ୍ଞାନକୌଶଳ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଜ୍ଞାନକୌଶଳ ଦ୍ୱାରା ଏଣିକି ଆଉ ସ୍ମାର୍ଟଫୋନର ଆବଶ୍ୟକତା ପଡ଼ିବ ନାହିଁ ।

ଏବେ ସ୍ମାର୍ଟ ବଜାରରୁ ଗାଏବ ହୋଇଯିବ । କାରଣ ଏବେ କମ୍ପାନୀ ଏକ ଏଆଇ ପିନ ବିକଶିତ କରିଛି । ଏହା ଦ୍ୱାରା ବ୍ୟବହାରକାରୀ ନିଜ ହାତରେ ସ୍ମାର୍ଟଫୋନ ଚଳାଇ ପାରିବେ । କମ୍ପାନୀ ଏନେଇ ଏକ ପ୍ରୋଜେକ୍ଟ ଟେକ୍ନୋଲୋଜି ବ୍ୟବହାର କରୁଛି । ଯାହା ୟୁଜରଙ୍କ ସହ କଥାବାର୍ତ୍ତା କରିବା ସହ ଫଟୋ ଉଠାଇ ପାରିବ । ଏହା ସହିତ ଅନ୍ୟ କେତେକ କାମ ମଧ୍ୟ ସହଜରେ କରିପାରିବ । ହ୍ୟୁମାନ ଏଆଇପିନ ଏକ କମ୍ପାକ୍ଟ ପାୱାର ହାଉସ ଭାବେ କାର୍ଯ୍ୟ କରିବ । ଏହାକୁ ୟୁଜର ନିଜ ସାର୍ଟରେ ମଧ୍ୟ ଲଗାଇ ପାରିବେ । ଏହା ଇନଷ୍ଟଲେସନ ଡିଭାଇସ ଭାବରେ କାର୍ଯ୍ୟ କରିବ । ଏହି ଫୋନ ଭାରତକୁ କେବେ ଆସିବ ସେ ସମ୍ପର୍କରେ କିଛି ଘୋଷଣା କରାଯାଇ ନାହିଁ । ଏଆଇ ପିନ ଆମେରିକା ବଜାରରେ ଉପଲବ୍ଧ ହେବ । ଏହାର ଶିପିଂ ଏପ୍ରିଲରୁ ଆରମ୍ଭ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *