Pratidin TV

Odisha's Digital News Platform

ରେକର୍ଡ କରିଲା ଓଡିଶା , ସମ୍ବଲପୁର IIMରେ ପାଠ ପଢାଇବେ AI ପ୍ରଫେସର ..

1 min read

ଟେକ୍ନୋଲୋଜି ଦୁନିଆରେ କ୍ରମଶଃ ରୋବୋର୍ଟର ବ୍ୟବହାର ବୃଦ୍ଧି ପାଇଛି । ଅନେକ ସମୟରେ ବିଭିନ୍ନ କାର୍ଯ୍ୟରେ ରୋବୋର୍ଟ ନିୟୋଜିତ ହେଉଥିବା ଆପଣ ଦେଖିବାକୁ ପାଇଥିବେ । ହେଲେ ଏବେ ରୋବୋର୍ଟ କ୍ଲାସ ରୁମ ରେ ପ୍ରଫେସର ସାଜି କଲେଜ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ିବେ  ? ଆଶ୍ଚର୍ଯ୍ୟ ଲାଗିଲେ ବି ସତ ।

ଅତ୍ୟାଧୁନିକ ଜ୍ଞାନକୌଶଳ ଏବେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ପ୍ରବେଶ କରିଛି । ଏହି କ୍ଷେତ୍ରରେ ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ରେକର୍ଡ କରିବାକୁ ଯାଉଛି ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ) ସମ୍ବଲପୁର । ସଂସ୍ଥାନରେ AI ପ୍ରଫେସରଙ୍କୁ ନିଯୁକ୍ତି କରାଯିବ । ସମ୍ବଲପୁର ‘ଆଇଆଇଏମ’ରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବେ ଏହି AI ପ୍ରଫେସର । ସହଜ ହେବ ପାଠପଢା ଓ କମ ସମୟରେ ଅଧିକ ଜ୍ଞାନ ଆହରଣ କରିବେ ବିଦ୍ୟାର୍ଥୀ । ସଂସ୍ଥାନର 10ବର୍ଷ ପୂର୍ତ୍ତି ଅବସରରେ ନିର୍ଦ୍ଦେଶକ ମହାଦେବ ପ୍ରାସାଦ ଜୟଶ୍ବାଲ ଏହି ସୂଚନା ଦେଇଛନ୍ତି ।

Advertisement

ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଭାବରେ ସମ୍ବଲପୁର ‘ଆଇଆଇଏମ’ କ୍ଲାସରେ AI ଟେକ୍ନୋଲୋଜି ଲାଗୁ କରିବାକୁ ଯାଉଛି । ଏହା ଏକ ଡିଜିଟାଲ ପ୍ଲାଟଫର୍ମ ହୋଇଥିବା ବେଳେ ଆମେରିକାର ଏକ କମ୍ପାନୀ ଏଥିପାଇଁ ସମ୍ବଲପୁର ଆଇଆଇଏମକୁ ସହଯୋଗ କରିବାକୁ ଅନୁବନ୍ଧିତ ହୋଇଛି l ଏହି କମ୍ପାନୀ ଆମେରିକାର କେତେକ ପ୍ରମୁଖ ଶିକ୍ଷା ଅନୁଷ୍ଠାନଗୁଡିକୁ ମଧ୍ୟ ଏହି କ୍ଷେତ୍ରରେ ସହଯୋଗ କରିଆସୁଛି । ଏହି ଟେକ୍ନୋଲୋଜିରେ ଯେ କୌଣସି କେସ ଦେଲେ ସେ ପ୍ରଥମେ ଏହାକୁ ଭିଡିଓରେ କନଭର୍ଟ କରିବ । ଏହାକୁ ଛାତ୍ରଛାତ୍ରୀ ପ୍ରଥମେ ପଢିବେ l ପରେ AI ପ୍ରଫେସର କୁଇଜ ଓ ପରୀକ୍ଷା ମାଧ୍ୟମରେ ମନିଟର କରିବ ଯେ, ଛାତ୍ର ଅଥବା ଛାତ୍ରୀ କେତେ ପଢ଼ିଛନ୍ତି ଓ କେତେ ବୁଝିଛନ୍ତି । କେହି ଯଦି କୌଣସି ବିଷୟ ବୁଝି ପାରି ନଥିବ ତାହେଲେ ଛାତ୍ର ଛାତ୍ରୀଙ୍କୁ AI ପ୍ରଫେସର ଜଣାଇଦେବେ ଆପଣ ନପଢିଲେ ଫେଲ ହୋଇଯିବେ ।

ଏହି ପ୍ରକ୍ରିୟା ଚାଲିଥିବା ସମୟରେ କ୍ଲାସରେ ଅନ୍ୟ କୌଣସି ପ୍ରଫେସର ଅଥବା ଫାକଲଟି ମଧ୍ୟ ରହିବେ ନାହିଁ । ଏହାର ଅର୍ଥ ଏହି ଟେକ୍ନୋଲୋଜି ଜଣେ ମାନବ ପ୍ରଫେସର ଅଥବା ଫାକଲଟିଙ୍କୁ ରିପ୍ଲେସ କରିବ । ଏହି ଭଳି ଭାବରେ ସମ୍ବଲପୁର ‘ଆଇଆଇଏମ’ ଶିକ୍ଷା କ୍ଷେତ୍ରରେ AI ଟେକନୋଲୋଜିକୁ ଦେଶର ପ୍ରଥମ ଶିକ୍ଷା ଅନୁଷ୍ଠାନ ଭାବରେ ଲାଗୁ କରିବାକୁ ଯାଉଛି ଓ ଏହି ପ୍ରକ୍ରିୟା ଦ୍ୱାରା ଛାତ୍ରଛାତ୍ରୀଙ୍କ ଲର୍ଣ୍ଣିଂ କାପାସିଟି ବୃଦ୍ଧି ପାଇବ ବୋଲି କହିଛନ୍ତି ବୋଲି କହିଛନ୍ତି ସମ୍ବଲପୁର ‘ଆଇଆଇଏମ’ର ନିର୍ଦ୍ଦେଶିତ  ।

Leave a Reply

Your email address will not be published. Required fields are marked *