Pratidin TV

Odisha's Digital News Platform

ମନର କଥା ଖୋଲି କହିଲେ ପ୍ରଧାନମନ୍ତ୍ରୀ, ୨୦୨୩ରେ ଦେଶ ଅନେକ ସଫଳତା ହାସଲ କରିଛି…

1 min read

ଚଳିତ ବର୍ଷର ଶେଷ ଦିନରେ ମନ କି ବାତ କାର୍ଯ୍ୟକ୍ରମରେ ମନର କଥା ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ରବିବାର ଦିନ ମନ କି ବାତର ୧୦୮ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହ ୨୦୨୩ ରେ ଦେଶ ପାଇଁଥିବା ସଫଳତା ସମ୍ପର୍କରେ ବଖାଣିଛନ୍ତି । ବହୁ ବର୍ଷ ଧରି ଜନସାଧାରଣଙ୍କ ଯୋଗଦାନ ଏବଂ ପ୍ରେରଣା ପାଇଁ କୃତଜ୍ଞତା ଜଣାଇବା ସହ ଫିଟ୍‌ନେସ ଉପରେ ଗୁରୁତ୍ୱ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆଜି ମନ କି ବାତ ରେଡିଓ କାର୍ଯ୍ୟକ୍ରମର ୧୦୮ତମ ଅଧ୍ୟାୟ । ଆମ ଦେଶର ଏହି ସଂକ୍ୟାରେ ଅନେକ ମହତ୍ତ୍ୱ ଓ ପବିତ୍ରତା ଅଛି । ଯେମିତି ଜପା ମାଳିରେ ୧୦୮ଟି ମାଳି, ୧୦୮ ଥର ମନ୍ତ୍ର ଜପ, ୧୦୮ ଧାର୍ମିକ ସ୍ଥଳି,ଏବଂ ମନ୍ଦିରରେ ୧୦୮ ପାହାଚ ଓ ୧୦୮ ଘଣ୍ଟି, ସେହିପରି ମନ୍ କୁ ବାତ ରଏହି ୧୦୮ ସଂଖ୍ୟା ସହିତ ଭାରତୀୟଙ୍କ ଅସୀମ ବିଶ୍ୱାସ ରହିଛି । ସେଥିପାଇଁ ଆଜିର ମନ କି ବାତ କାର୍ଯ୍ୟକ୍ରମ ମୋ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଉଦ୍ଦେଶ୍ୟରେ ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ସାମୂହିକ ଉତ୍ସାହ ବାଣ୍ଟିଥିଲେ ।

Advertisement

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଏବେ ନୂଆ ଉଦ୍ଭାବନର ହବ ପାଲଟିଛି । ପ୍ରତ୍ୟେକ ଭାରତୀୟଙ୍କର ଏଥିରେ ଭାଗିଦାରୀ ରହିଛି । ୨୦୧୫ ମସିହାରେ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସରେ ଭାରତ ୮୦ତମ ସ୍ଥାନରେ ରହିଥିବା ବେଳେ ଏବେ ୪୦ତମ ସ୍ଥାନରେ ରହିଛି । ଚନ୍ଦ୍ରଯାନ-୩କୁ ନେଇ ଏବେ ବି ବିଭିନ୍ନ ଆଡୁ ଶୁଭେଚ୍ଛା ମିଳୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଅପରପକ୍ଷେ କୁତ୍ରିମ ବୁଦ୍ଧିମତା ଏଆଇ ଟୁଲ୍‌ସ୍‌’ ବା ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ୍ ର ଗୁରୁତ୍ୱ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଅଭିନବ ପ୍ରଯୁକ୍ତିବିଦ୍ୟା ସମାଜର ବିଭିନ୍ନ କ୍ଷେତ୍ରରେ ସୁବିଧା କରିଛି । ସେ କହିଥିଲେ ଯେ ନିକଟରେ କାଶୀ – ତାଲିମ ସଙ୍ଗମରେ ଅଂଶ ଗ୍ରହଣ କରିବାକୁ ରାମିଲନାଡୁରୁ ହଜାର ହଜାର ଲୋକ କାଶିକୁ ଆସିଥିଲେ । ଆଉ ଲୋକଙ୍କ ସହ ଯୋଗେଯାଗ କରିବା ପାଇଁ ମୋଦୀ ପ୍ରଥମ ଏ ଆଇ ଭାସିନୀ ବ୍ୟବହାର କରିଥିଲେ । ଏହାଛଡା ଯୁବବର୍ଗଙ୍କୁ ଅନୁରୋଧ ସେମାନେ ‘ଏଆଇ ଟୁଲ୍‌’ ସମ୍ବନ୍ଧୀୟ ‘ରିଅଲ୍‌-ଟାଇମ୍‌’ ଅନୁବାଦ କରି ଏହାକୁ ଶତପ୍ରତିଶତ ପ୍ରମାଣସିଦ୍ଧ କରନ୍ତୁ ବୋଲି ମୋଦି କହିଛନ୍ତି ।

Leave a Reply

Your email address will not be published. Required fields are marked *