Pratidin TV

Odisha's Digital News Platform

ଉପରେ ଟ୍ୟୁମର ଓ ତଳେ ଖପୁରୀ ହାଡ଼, ତଥାପି ଅପରେସନ୍‌ କରି ସଫଳ ହେଲେ ଏମ୍‌ସ ଡାକ୍ତର …

1 min read

ଭୁବନେଶ୍ୱର ଏମ୍ସ ରେ ଯୋଡିହେଲା ସଫଳତାର ନୂଆ ଏକ ଫର୍ଦ୍ଦ । ଏମ୍ସର ହେଲା ଏକ ବିରଳ ଅସ୍ତ୍ରୋପଚାର । ଦୀର୍ଘ ୨୫ ବର୍ଷ ହେଲା ମୁଣ୍ଡ ଉପରେ ୭କେଜିର ବିରଳ ଟ୍ୟୁମରର ବୋଝ ମୁଣ୍ଡେଇ ବୁଲୁଥିଲେ ବ୍ୟକ୍ତି ଜଣକ । ସହୁଥିଲେ ଅନେକ କଷ୍ଟ ଯନ୍ତ୍ରଣା । ୧୦ ଘଣ୍ଟା କାଳ ଅପରେସନ କରି ସେହି ବିରଳ ଟ୍ୟୁମରକୁ ବାହାର କଲେ ବୁବେନେଶ୍ୱରର ଏମ୍ସ ଡାକ୍ତରୀ ଦଳ  ା ଅସ୍ତ୍ରୋପଚାର ପରେ ରୋଗୀ ଜଣକ ସୁସ୍ଥ ଥିବା ଜଣାପଡିଛି । ଖୁବଶୀଘ୍ର ସେ ଡିସଚାର୍ଜ ହେବେ ବୋଲି ଜଣାପଡିଛି । ଆଜି ମୃତ୍ୟୁମୁଖରୁ ସେହି ବ୍ୟକ୍ତିଙ୍କୁ ଫେରାଇ ଆଣିଛନ୍ତି ଏମ୍ସ ଡାକ୍ତର । ରୋଗୀ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ୫୧ ବର୍ଷୀୟ ରବୀନ୍ଦ୍ର ବିଶୁଇ । ଦୀର୍ଘ ୨୫ ବର୍ଷ ହେଲା ତାଙ୍କ ମୁଣ୍ଡ ଉପରେ ଗୋଟିଏ ଟ୍ୟୁମର ହୋଇଥିଲା । ଅନେକ ମେଡ଼ିସିନ୍‌‌ ଖାଇଥିଲେ । ହେଲେ ଭଲ ହେଉନଥିଲା । ଗତ ୭ ମାସ ହେଲା ସେହି ଟ୍ୟୁମର ହଠାତ୍ ବଢିବା ଆରମ୍ଭ କରିଥିଲା । ଟ୍ୟୁମର ବଢିବା ସହ ରୋଗୀଙ୍କ ଯନ୍ତ୍ରଣା ମଧ୍ୟ ବଢ଼ି ଚାଲିଥିଲା । ତେଣୁ ଖାଇବା ପିଇବା ଚାଲବୁଲା କରିବାରେ ରବୀନ୍ଦ୍ର ଅନେକ ସମସ୍ୟା ହେଉଥିଲା ।

ପରିବାର ଲୋକେ ତାଙ୍କୁ କୋଲକାତାର ବିଭିନ୍ନ ଡାକ୍ତରଖାନା ଓ କଟକ ବଡ଼ ମେଡିକାଲରେ ଡାକ୍ତରଙ୍କୁ ଦେଖାଇଥିଲେ । ହେଲେ ସବୁଠି ତାଙ୍କୁ ନିରାଶ ହେବାକୁ ପଡିଥିଲା । ସବୁଠି ନିରାଶ ହେବାପରେ ଏମ୍ସ ଆସିଥିଲେ ରବୀନ୍ଦ୍ର । ହେଲେ ଏହି ବିରଳ ଟ୍ୟୁମର ଅପରେସନ୍ ବହୁତ ବିପଦପୂର୍ଣ୍ଣ ଥିଲା । କରାଣ ସେହି ଟ୍ୟୁମର ଚାରିପଟେ ବ୍ଲଡଭେସଲ ମାି ରହିଥିଲା । ଏପଟେ ଯଦି ଅପରେସନ ନହୁଏ ତାହେଲେ ରୋଗୀ ଆଉ ୨ ରୁ ୩ ମାସ ବଞ୍ଚିବ । ଏସବୁ ପରିସ୍ଥିତିରେ ଏମ୍ସ ଡାକ୍ତରୀଦଳ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ । ପ୍ଲାଷ୍ଟିକ୍‌‌ ସର୍ଜରୀ ସମେତ ସର୍ଜିକାଲ ଅଙ୍କୋଲଜି, ନ୍ୟୁରୋ ସର୍ଜରୀ, ଇଣ୍ଟରଭେନସନାଲ ରେଡିଓଲଜି ଓ ଆନେସ୍ଥେସିଆ ବିଭାଗର ବିଶେଷଜ୍ଞଙ୍କୁ ନେଇ ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ ।

Advertisement

ଦୀର୍ଘ ୭୨ ଘଣ୍ଟା ଅବଜରଭେସନ୍ ରେ ରଖିବା ପରେ ତାଙ୍କୁ ଅପେରସନ ଥିଏଟରକୁ ନିଆଯାଇଥିଲା । ସେଠାରେ ତାଙ୍କର ଦୀର୍ଘ ଦଶ ଘଣ୍ଟା କାଳ ଅପରେସନ କରି ମୁଣ୍ଡରୁ ସେହି ବିରଲ ଟ୍ୟୁମରକୁ ଅଲଗା କରାଯାଇଥିଲା । ଏବେ ସେହି ରୋଗୀଜଣକ ସୁସ୍ଥ ଅଛନ୍ତି । ତାଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଥିବାରୁ ଏମ୍ସ ଡାକ୍ତରୀଦଳଙ୍କୁ ଦ୍ୱୀତିୟ ଭଗବାନ କହିବା ସହିତ କୃତଜ୍ଞତା ଜଣାଇଛନ୍ତି ରୋଗୀଙ୍କ ସହିତ ତାଙ୍କ ପରିବାର ଲୋକେ । ଏହି ବିରଳ ଟ୍ୟୁମର ଅସ୍ତ୍ରୋପଚାର ଭାରତର ଦ୍ୱୀତିୟ ଏବଂ ଓଡିଶାରେ ଏହା ପ୍ରଥମ ବୋଲି କୁହାଯାଇଛି । ଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଏମ୍ସ ।

Leave a Reply

Your email address will not be published. Required fields are marked *