Pratidin TV

Odisha's Digital News Platform

ପୁଣି ମାତିଲେ ଏମ୍ସରେ ଦଲାଲ ,ଟିକେଟ ପାଇଁ ନେଉଥିଲେ ୫୦୦ରୁ ୧୫୦୦ ଟଙ୍କା ..

1 min read

ପୁଣି ମାତିଲେ ଏମ୍ସରେ ଦଲାଲ । ଟିକେଟ ପାଇଁ ନେଉଥିଲେ ପାଞ୍ଚଶହ ରୁ ପନ୍ଦର ଶହ ଟଙ୍କା । ଦଲାଲ ଗ୍ୟାଙ୍ଗ ଙ୍କୁ ବାନ୍ଧିଲା ଖଣ୍ଡଗିରି ଥାନା ପୋଲିସ । ଗତ ୨୩ ତାରିଖରେ ଏମ୍ସରେ କିଛି ଦଲାଲ ସାଧାରଣ ଲୋକଙ୍କୁ ଲୁଟୁଥିବାର ଖଣ୍ଡଗିରି ଥାନା ଅଧିକାରିଙ୍କୁ ଖବର ମିଳିଥିଲା । ଏମ୍ସ ରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ ବିଭାଗରେ ଟିକେଟ କରାଇଦେବାକୁ କହି ମୋଟା ଅଙ୍କର ଟଙ୍କା ନେଉଥିଲେ ଦଲାଲ। ବାହାର ରାଜ୍ୟ ରୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୋକାଲ ଲୋକ ଭୟ ଦେଖେଇ ନେଉଥିଲେ ଟଙ୍କା ।

ଟିକେଟ ଦେବେ କହି ମାଗୁଥିଲେ ମୋଟା ଅଙ୍କର ଟଙ୍କା । କେହି ବିରୋଧ କଲେ ଧମକ ଦେଉଥିଲେ । ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ପ୍ରଦୀପ୍ତ କୁମାର ଗୌଡ଼, ପ୍ରକାଶ ନାୟକ, ସିଦ୍ଧେଶ୍ଵର ବେହେରା, ମନୀଷ ପଟନାୟକ ଓ ବିକ୍ରମ କେଶରି ମଲିକ । ଅନ୍ୟ ଘରଇ ହସ୍ପିଟାଲ ଏବଂ ନର୍ସି ହୋମ, କ୍ଲିନିକ ରେ ଚିକିତ୍ସା ପାଇଁ ରୋଗୀଙ୍କୁ ପ୍ରବର୍ତ୍ତାଇ ମଧ୍ୟ ଟଙ୍କା ନେଇଛନ୍ତି ଦଲାଲ । ୭ଟି ଆଧାର କାର୍ଡ, ବିଭିନ୍ନ ଲଜର ପୁସିଂ କାର୍ଡ, ୫ ଟି ମୋବାଇଲ ଜବତ କରିଛି ପୋଲିସ ।

Advertisement

Leave a Reply

Your email address will not be published. Required fields are marked *