Pratidin TV

Odisha's Digital News Platform

ଭାରତୀୟଙ୍କ ଉଦ୍ଧାର କାର୍ଯ୍ଯରେ ସାମିଲ ହେବ ବାୟୁସେନା

1 min read

ତୁରନ୍ତ କିଭ୍ ଛାଡ଼ିଦେବାକୁ ଭାରତୀୟଙ୍କୁ ପରାମର୍ଶ

ଉଦ୍ଧାର କରିବା ପାଇଁ ଚାଲିଥିବା ଅପରେସନ୍ ଗଙ୍ଗାରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି| ୬ଟି ବିମାନ ଏପର୍ଯ୍ଯନ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଆଣିଥିବାବେଳେ ଏହି ଅଭିଯାନକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ଯରେ ବାୟୁସେନାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି| ବାୟୁସେନା ବିମାନ ଏହି ମିଶନରେ ସାମିଲ ହେଲେ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ତ୍ୱରାନ୍ବିତ ହେବା ସହିତ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ ମଧ୍ୟ ଶୀଘ୍ର ପହଞ୍ଚିବ | ଭାରତୀୟ ବାୟୁସେନାର ସି୧୭ ବିମାନ ମଧ୍ୟ ତୁରନ୍ତ ଉଡ଼ାଣ ଆରମ୍ଭ କରୁଥିବା ଜଣାପଡିଛି|ଭାରତ ପକ୍ଷରୁ ମଧ୍ୟ ରୁଷ୍ ଓ ୟୁକ୍ରେନର ପ୍ରତିରକ୍ଷା ବିଭାଗ ସହ ଯୋଗାଯୋଗ ରକ୍ଷା କରାଯାଉଛି| କିଭ୍ ଓ ଖାର୍କିଭ ଛାଡ଼ିବା ପାଇଁ ଏକ ସେଭ୍ ପ୍ଯାସେଜର ବ୍ଯବସ୍ଥା କରିବାକୁ କୁହାଯାଇଛି| (ପୃଷ୍ଠା:୫)

Advertisement

Leave a Reply

Your email address will not be published. Required fields are marked *