Pratidin TV

Odisha's Digital News Platform

ମଝି ଆକାଶରେ ଲାଗିଗଲା ଫାଇଟର ଜେଟ୍ ରେ ନିଆଁ , ଭିତରେ ଥିଲେ ଦୁଇ ପାଇଲେଟ୍ ..

1 min read

ମଝି ଆକାଶରେ ଉଡୁଥିଲା ଫାଇଟର ଜେଟ୍ । କିନ୍ତୁ ହଠାତ୍ ଲାଗିଗଲା ନିଆଁ । ଫାଇଟର୍ ମଝି ଆକାଶରେ ଥିବା ବେଳେ ଲାଗିଲା ନିଆଁଁ । ସେହି ଫାଇଟର ଜେଟ୍ ଭିତରେ ଥିଲେ ଦୁଇ ପାଇଲଟ୍ । ଚାହୁଁ ଚାହୁଁ ଚାଲିଗଲା ଜଣେ ପାଇଲଟଙ୍କ ଜୀବନ । ସୂଚନାନୁଯାୟୀ ବାଲାଂଦେଶ ଏୟାରଫୋର୍ସର ଟ୍ରେନିଂ ଫାଇଟର ଜେଟ୍ ଣଇକ୧୩୦ ରେ ଗତକାଲି ଦୁଇ ପାଇଲଟ ପ୍ରଶିକ୍ଷଣକାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପ୍ରଶିକ୍ଷଣ ସରିବା ପରେ ସେମାନେ ବେସ୍ କ୍ୟାମ୍ପକୁ ଫେରୁଥିଲେ। ମାତ୍ର ହଠାତ୍ ମଝି ଆକାଶରେ ଜେଟ୍ରେ ନିଆଁ ଲାଗି ଯାଇଥିଲା। ଏହାପରେ ଉଭୟ ତୁରନ୍ତ ଜେଟ୍ଟିକୁ ଲୋକ ଗହଳି ସ୍ଥାନରୁ ଦୂରକୁ ନେଇ ଯାଇଥିଲେ। । ଜେଟ୍ଟି କିଛି ସମୟ ଆକାଶରେ ଚକ୍କର କାଟି ନିକଟରେ ଥିବା ନଦୀରେ ପଡ଼ି ଯାଇଥିଲା। ଏହାର ଭିଡିଓ ସୋଶାଲ ମିଡିଆରେ ଦେଖିବାକୁ ମିଳୁଥିବା ବେଳେ ଆକାଶରେ ନିଆଁ ପିଣ୍ଡୁଳା ଉଡ଼ୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ସେଠାରେ ଥିବା ଲୋକ ଓ ମତ୍ସ୍ୟଜୀବୀ ତୁରନ୍ତ ନଦୀରୁ ଦୁଇ ପାଇଲଟଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଅସୀମ ଜାୱାଦଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ପାଇଲଟ ୱିଙ୍ଗ କମାଣ୍ଡର ସୋହନ ହସନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisement

Leave a Reply

Your email address will not be published. Required fields are marked *