Pratidin TV

Odisha's Digital News Platform

ହ୍ୱିଲ୍‌ଚେୟାର ଅଭାବରୁ ଯାତ୍ରୀଙ୍କର ହେଲା ମୃତ୍ୟୁ , ଏବେ ଏୟାର ଇଣ୍ଡିଆ ଗଣିବ ୩୦ ଲକ୍ଷ ଜୋରିମାନା …

1 min read

ଯାତ୍ରୀଙ୍କୁ ଦେଲେନି ହ୍ୱିଲ୍‌ଚେୟାର ହେଲେ ଏବେ ଗଣିବେ ୩୦ ଲକ୍ଷ ଜୋରିମାନା । ନିକଟରେ ବିମାନ ବନ୍ଦରରେ ହ୍ୱିଲ୍‌ଚେୟାର ନମିଳିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ଏବେ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) । ଡିଜିସିଏ ଏୟାର ଇଣ୍ଡିଆ ଉପରେ
୩୦ ଲକ୍ଷ ଟଙ୍କା ଫାଇନ୍ କରିଛି । ଏହାପୂର୍ବରୁ ଡିଜିସିଏ ନାଗରିକ ବିମାନ ଚଳାଚଳ ନିୟମ ପାଳନ ନକରିବାରୁ ଏହି ପ୍ରସଙ୍ଗରେ ଏୟାରଲାଇନ୍ସକୁ ଏକ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲା । ସାତ ଦିନ ମଧ୍ୟରେ କମ୍ପାନୀ ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ଏହା ଉପରେ ଏକ ବଡ଼ ପଦକ୍ଷେପ ନେଇ ଡିଜିସିଏ ୩୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି ।

ତେବେ ଏୟାର ଲାଇନ କହିଥିଲା ଯେ ବୃଦ୍ଧ ଜଣଙ୍କ ତାଙ୍କ ପତ୍ନୀଙ୍କ ସହ ଚାଲି ଚାଲି ଯିବାକୁ ପସନ୍ଦ କରିଥିଲେ । ତାଙ୍କ ପତ୍ନୀ ମଧ୍ୟ ହ୍ୱିଲ ଚେୟାରରେ ରହିଥିଲେ । ତାଙ୍କୁ ଆଉ ଗୋଟିଏ ହ୍ୱିଲ ଚେୟାର ଆସିବା ଯାଏ ଅପେକ୍ଷା କରିବାକୁ କୁହାଯାଇଥିଲେ ହେଁ ସେ କିଛି ବି ଶୁଣି ନଥିଲେ । କାହିଁକି ପୂର୍ବରୁ ବୃଦ୍ଧ ଯାତ୍ରୀଙ୍କ ପାଇଁ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇ ନଥିଲା ବୋଲି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଏୟାର ଇଣ୍ଡିଆ ଦେଇ ପାରି ନାହିଁ ।ତ୍ରୁଟି କରିଥିବା କର୍ମଚାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେବିଷୟରେ ଏୟାର ଇଣ୍ଡିଆ କହିନଥିଲା । ତେଣୁ ଏହପରେ ସଂସ୍ଥା ଉପରେ ଡିଜିସିଏ ପକ୍ଷରୁ ୩୦ ଲକ୍ଷ ଟଙ୍କାର ଫାଇନ ଲାଗୁ କରାଯାଇଛି ।

Advertisement

ସେହିପରି ସବୁ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଯାତ୍ରୀଙ୍କ ପାଇଁ ଆବଶ୍ୟକ ହ୍ୱିଲ ଚେୟାର ବ୍ୟବସ୍ଥା କରିବାକୁ ମଧ୍ୟ ଡିଜିସିଏ ନିର୍ଦ୍ଦେଶ ଦେଇଛି । ସୂଚନାଯୋଗ୍ୟ ଯେ ୧୨ ଫେବୃଆରୀ ୨୦୨୪ ରେ ଜଣେ ୮୦ ବର୍ଷିୟ ବୃଦ୍ଧ ତାଙ୍କ ସ୍ତ୍ରୀଙ୍କ ସହିତ ନ୍ୟୁୟର୍କରୁ ମୁମ୍ବାଇ ଆସିଥିଲେ । ମୁମ୍ବାଇର ଛତ୍ରପତି ଶିବାଜୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ପୂର୍ବରୁ ହ୍ୱିଲ୍‌ଚେୟାର ବୁକ୍ କରିଥିଲେ ହେଁ ବିମାନ ବନ୍ଦରରେ ହ୍ୱିଲ୍‌ଚେୟାର ଅଭାବରୁ ଗୋଟିଏ ହ୍ୱିଲ୍‌ଚେୟାର ଯୋଗାଇଦେଇଥିଲେ । ଏହାପରେ ପତ୍ନୀଙ୍କୁ ହ୍ୱିଲ୍ ଚେୟାର ବସାଇ ବୃଦ୍ଧ ଜଣକ ରନୱେ ରୁ ଚାଲି ଚାଲି ଟର୍ମିନାଲ ପହଞ୍ଚିବା ପରେ ଅଚେତ ହୋଇପଡିଥିଲେ । ଏହାପରେ ଏୟାରପୋର୍ଟର ଇମିଗ୍ରେସନ କାଉଣ୍ଟର ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଭିଯୋଗ ହୋଇଥିଲା ଯେ ହ୍ୱିଲଚେୟାର ନଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *