ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର , ଏୟାର ଇଣ୍ଡିଆ ବିମାନରେ ମିଳିବ ୱାଇ-ଫାଇ ସୁବିଧା ..
1 min readବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଦେଲା ଏୟାର ଇଣ୍ଡିଆ । ଖୁବଶୀଘ୍ର ଏୟାର ଇଣ୍ଡିଆ ବିମାନରେ ମିଳିବ ୱାଇ-ଫାଇ ସୁବିଧା। ଦିଲ୍ଲୀ-ଲଣ୍ଡନ ହେଥ୍ରୋ ରୁଟରେ A350 ବିମାନରୁ ଶୁଭାରମ୍ଭ ହେବ ୱାଇ-ଫାଇ ସୁବିଧା। A350 ବିମାନରେ ବ୍ୟବସାୟ ଶ୍ରେଣୀରେ ଫୁଲ୍ ଫ୍ଲାଟ ବେଡ୍ ସହ ୨୮ ପ୍ରାଇଭେଟ୍ ସୁଇଟ୍, ପ୍ରିମିୟମ୍ ଇକୋନୋମିରେ ୨୪ ସିଟ୍ ଏବଂ ୨୬୪ ଇକୋନୋମି ସିଟ୍ ରହିଛି। ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ଏବଂ ବିଳାସପୂର୍ଣ୍ଣ ଯାତ୍ରାର ଅଭିଜ୍ଞତା ପ୍ରଦାନ କରିବାକୁ ଏହି ଅପଗ୍ରେଡ୍ ର ଉଦ୍ଦେଶ୍ଯ।
ଏଥିସହ ଏୟାର ଇଣ୍ଡିଆ ଦିଲ୍ଲୀ ଏବଂ ଲଣ୍ଡନ ହେଥ୍ରୋ ମଧ୍ୟରେ ଅଧିକାଂଶ ସାପ୍ତାହିକ ବିମାନରେ ବୋଇଙ୍ଗ 777-300ER ଏବଂ ବୋଇଙ୍ଗ 787-8 ଡ୍ରିମଲାଇନରକୁ A350-900 ସହିତ ବଦଳାଇବାକୁ ଯୋଜନା କରାଯାଉଛି । ବିମାନରେ ୱାଇ-ଫାଇ ସୁବିଧା ଉପଲବ୍ଧ ହେବା ପରେ ଯାତ୍ରୀମାନଙ୍କ ପାଇଁ ବିମାନ ଯାତ୍ରା ଆହୁରି ସୁବିଧା ହୋଇଯିବ । ଏୟାରଲାଇନ ଅନୁଯାୟୀ, ଦିଲ୍ଲୀ-ଲଣ୍ଡନ ହେଥ୍ରୋ ମାର୍ଗରେ A350 ରୁ ଏହି ୱାଇ-ଫାଇ ସୁବିଧା ଶୀଘ୍ର ଆରମ୍ଭ ହେବ।