Pratidin TV

Odisha's Digital News Platform

ମଝି ଆକାଶରେ ପୁଣି ଏୟାର ଇଣ୍ଡିଆ ବିମାନକୁ ଆସିଲା ବୋମା ଧମକ…

1 min read

ପୁଣି ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟି ବିମାନକୁ ବମ ଧମକ କଲ୍ ଆସିସାରିଲାଣି। ଯାହାକୁ ନେଇଏବେ ଚିନ୍ତା ବଢିଛି। ଗତ ସପ୍ତାହେ ଭିତରେ ଏ ପର୍ଯ୍ୟନ୍ତ 20ରୁ ଅଧିକ ବିମାନକୁ ଏହି ଧମକପୂର୍ଣ୍ଣ କଲ୍ ଆସିବା ପରେ ଏହାକୁ ନେଇ ତଦନ୍ତ ଜୋରଦାର କରିଛନ୍ତି ଭାରତ ସରକାର।

ବିଭିନ୍ନ ତଦନ୍ତକାରୀ ସଂସ୍ଥା ସମେତ ସାଇବର୍ କ୍ରାଇମ କୋର୍ଡିନେସନ ସେଣ୍ଟର ସହାୟତାରେ ତଦନ୍ତ ଆଗକୁ ବଢୁଛି। ତେବେ ଏହି ମାମଲାରେ ମୁମ୍ବାଇରୁ ଜେଣେ ନାବାଳକକୁ ପୋଲିସ ହେପାଜତକୁ ନେଇଛି । ବକେୟା ଟଙ୍କାକୁ ନେଇ ନାବାଳକ ଓ ତା’ର ଜଣେ ସାଙ୍ଗ ମଧ୍ୟରେ ଝଗଡ଼ାକୁ ନେଇ ଏହି ଧମକ ଦିଆଯାଇଥିବା ପୁଲିସ କହିଛି।

Advertisement

Leave a Reply

Your email address will not be published. Required fields are marked *