ଗବେଷକ ଙ୍କ ମତ : ବାୟୁ ପ୍ରଦୂଷଣ ରୁ ହେଉଛି ବ୍ରେନଷ୍ଟ୍ରୋକ , ସମୟ ପୂର୍ବରୁ ଆସି ଯାଉଛି ମୃତ୍ୟୁ …
1 min readଉଦବେଗଜନକ ସ୍ଥିତିରେ ପହଞ୍ଚିଲାଣି ବାୟୁ ପ୍ରଦୂଷଣ। ଏହା କେବଳ ଯେ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରେ ତାହା ନୁହେଁ, ଅନେକ ପ୍ରକାର ରୋଗ କାରକ ମଧ୍ୟ ସାଜୁଛି। ବାୟୁ ପ୍ରଦୂଷଣ ଆଲର୍ଜି, ଆଜମା ଏବଂ ବ୍ରୋଙ୍କାଇଟିସ୍ ଭଳି ରୋଗ ସୃଷ୍ଟି କରିଥାଏ ବୋଲି ଆମେ ଜାଣିଛେ, ହେଲେ ଏକ ନୂତନ ଅନୁସନ୍ଧାନ ଆଉ ଏକ ରୋଗ ବିପଦକୁ ଇଜ୍ଞିତ କରୁଛି। ଅନୁସନ୍ଧାନରୁ ଜଣାପଡିଛି ଯେ ବାୟୁ ପ୍ରଦୂଷଣ ଯୋଗୁ ବଢୁଛି ବ୍ରେନ ଷ୍ଟ୍ରୋକ। ସ୍ନାୟୁବିଜ୍ଞାନ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସାରା ଦେଶରେ ଷ୍ଟ୍ରୋକ ଓ ତତ୍ ସମ୍ବନ୍ଧୀୟ ମୃତ୍ୟୁ ଘଟଣା ବଢିବାରେ ଲାଗିଛି। ଯେଉଁଥିପାଇଁ ବାୟୁ ପ୍ରଦୂଷଣ, ଉଚ୍ଚ ରକ୍ତଚାପ ଏବଂ ଶାରୀରିକ ନିଷ୍କ୍ରିୟତା ଆଦି ବିପଦର କାରଣ ସାଜିଛି। ଗବେଷକଙ୍କ ଅନୁଯାୟୀ, ଖରାପ ସ୍ୱାସ୍ଥ୍ୟ ଏବଂ ଅକାଳ ମୃତ୍ୟୁରେ ଉଚ୍ଚ ତାପମାତ୍ରାର ଅବଦାନ ୧୯୯୦ରୁ ୭୨ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଭବିଷ୍ୟତରେ ଏହା ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି।
ତେବେ ବର୍ତ୍ତମାନ ପରିସ୍ଥିତିରେ ଆମ ଦେଶର ଅଧିକାଂଶ ସହରରେ ବାୟୁ ପ୍ରଦୂଷଣର ମାତ୍ରା ଖୁବ୍ ଅଧିକ। ପରିସ୍ଥିତି ଏପରି ହୋଇଛି ଯେ ଲୋକମାନେ ଦିନରେ ମଧ୍ୟ ଘରୁ ବାହାରି ପାରୁନାହାନ୍ତି। ସେହିପରି ଏବେ ବ୍ରେନ ଷ୍ଟ୍ରୋକ ରେ ଅନେକ ଜୀବନ ଚାଲିଯାଉଥିବା ଦେଖିବାକୁ ମିଳିଛି । ତେଣୁ ତୁରନ୍ତ ପ୍ରଦୂଷଣ ମାତ୍ରା ରୋକିବା ଉପରେ ଗୁରୁତ୍ୱାରୋପ କରୁଛି ଅନୁସନ୍ଧାନ।