Pratidin TV

Odisha's Digital News Platform

ବିଦ୍ୟାଳୟ ରୁ ଚୋରି କରିଥିବା ୨ ଅଭିଯୁକ୍ତକୁ ଗିରଫ କଲା ଏୟାରଫିଲ୍ଡ ଥାନା ପୋଲିସ।

1 min read

ଭୁବନେଶ୍ୱର:ଦୁର୍ଗାପୂଜା ପାଇଁ ବର୍ତ୍ତମାନ ସମସ୍ତ ସରକାରୀ ବା ବେସରକାରୀ ସ୍କୁଲ ଗୁଡିକ ଛୁଟି ରହିଛି । ଏହାର ସୁଯୋଗ ଦେଖି ୨ ଅସାମାଜିକ ଯୁବକ ବିଦ୍ୟାଳୟରୁ ବିଭିନ୍ନ ମୁଲ୍ୟବାନ ସାମଗୀ ଚୋରୀ କରିଛନ୍ତି । ଗତ ୧୮ ଓ ୧୯ ତାରିଖରେ ୨ଜଣ ଦୁବୁର୍ତ୍ତ ସ୍କୁଲ ଭିତରେ ପଶି ଟିଭି,ଫ୍ୟାନ, ଲାବ୍ରୋଟାରୀ ର ଉପକରଣ ସମେତ ଅନ୍ୟ ଜିନିଷ ଚୋରି କରି ନେଇ ଯାଇଥିଲେ । ପରେ ଏନେଇ ଥାନାରେ ଅଭିଯୋଗ ହେବାରୁ ପୋଲିସ ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଚୋରୀ ରେ ସମ୍ପୁକ୍ତ ୨ ଅଭିଯୁକ୍ତ ସୁନ୍ଦରପଡା ଓ କପିଳ ପ୍ରସାଦ ଅଞ୍ଚଳର ବିଜୟ ମଲ୍ଲିକ,ମୁନା ଜେନା ବୋଲି ଜଣାପଡିଛି । ସେମାନଙ୍କ ଠାରୁ ଗୋଟିଏ ଟିଭି,ଫ୍ୟାନ ୧ହଜାର ଟଙ୍କା ଜବତ କରିଛି ପୋଲିସ । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏୟାରଅଫିଲ୍ଡ ପୋଲିସ । ତେବେ ବର୍ତ୍ତମାନ ସମୟରେ ଅଧିକ ଲୁଟପାଟ ହେଉଥିବାରୁ ସେଥିପାଇଁ ଲୋକମାନଙ୍କୁ ସତର୍କ ରହିବାକୁ କହିଛି ପୋଲିସ । ଯଦି ଆପଣ ଅଧିକ ସମୟ ସମୟ ପାଇଁ ଘରୁ ବାହାରକୁ ଯାଉଛନ୍ତି ତେବେ ପୋଲିସ କୁ ଜଣାଇବା ପାଇଁ ପୋଲିସ ପରାମର୍ଶ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *