Pratidin TV

Odisha's Digital News Platform

ବାୟୁସେନାର ୨ ଫାଇଟର ପ୍ଲେନ୍ କ୍ରାସ : ଏକାସାଙ୍ଗେ ଭରିଥିଲେ ଉଡାଣ …

1 min read

ନୂଆଦିଲ୍ଲୀ : ବାୟୁସେନାର ୨ ଫାଇଟର ପ୍ଲେନ କ୍ରାସ । ମଧ୍ୟପ୍ରଦେଶ ମୋରେନାରେ ବାୟୁସେନାର ୨ଟି ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୁଖୋଇ-୩୦ ଓ ମିରେଜ୍ ୨୦୦୦ ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ୨ ଫାଇଟର ବିମାନ ଏକାସାଙ୍ଗରେ ଗ୍ୱାଲିୟର ଏୟାର ବେସ୍‌ରୁ ଉଡାଣ ଆରମ୍ଭ କରିଥିଲେ । ତେବେ ସାମରିକ ଅଭ୍ୟାସ ସମୟରେ ହିଁ ଉଭୟ ବିମାନ କ୍ରାସ ହୋଇଥିବା ସୂଚନା ମିଳିଛି । ୨ ଫାଇଟର ପ୍ଲେନ କ୍ରାସ ହୋଇଥିବା ବେଳେ ଉଭୟ ପ୍ଲେନରେ ୩ ଜଣ ପାଇଲଟ୍ ଥିଲେ ବୋଲି କୋର୍ଟ ଅଫ୍ ଇନକ୍ୱାରୀରୁ ଜଣାପଡିଛି ।

କ୍ରାସ ସମୟରେ ସୁଖୋଇ-୩୦ ରେ ୨ ଜଣ ଓ ମିରାଜ-୨୦୦୦ରେ ଜଣେ ପାଇଲଟ୍ ଥିଲେ । ତେବେ ୩ ଜଣ ପାଇଲଟ୍‌ଙ୍କ ମଧ୍ୟରୁ ସୁଖୋଇର ୨ ଜଣ ସୁରକ୍ଷିତ ଥିବା ଜଣାପଡିଛି । କିନ୍ତୁ ମିରାଜ ୨୦୦୦ ରେ ଥିବା ଆଉ ଜଣେ ପାଇଲଟ୍‌ଙ୍କର ଏଯାଏଁ କିଛି ପତ୍ତା ମିଳିନାହିଁ ।

Advertisement

ତେବେ କୋର୍ଟ ଅଫ୍ ଇନକ୍ୱାରା ତଦନ୍ତ ଚଳାଇଛି ଯେ କେଉଁ ପରିସ୍ଥିତିରେ ୨ ଫାଇଟର ପ୍ଲେନ କ୍ରାସ ହେଲା । ଉଭୟ ଉଭୟଙ୍କ ସହ ପିଟି ହେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି ନା ୟା ପଛରେ ଆଉ କିଛି ଯାତ୍ରିକ ତୃଟି ରହିଛି ।
ଏହା ପୂର୍ବରୁ ମଧ୍ୟ ଶନିବାର ଏକ ହେଲିକପ୍ଟର ରାଜସ୍ଥାନ ଭରତପୁରରେ ଅଚ୍ଛୈନ କ୍ଷେତ୍ରଠାରେ ଦୁର୍ଘଟଣା ଗ୍ରସ୍ଥ ହୋଇଛି ।

Leave a Reply

Your email address will not be published. Required fields are marked *