Pratidin TV

Odisha's Digital News Platform

କାହିଁକି ଥ୍ୟାଙ୍କୟୁ ଲେଖି ଦେଶ ଛାଡୁଛନ୍ତି ପାକିସ୍ତାନର ଏୟାରହୋଷ୍ଟେସ୍ ? କାନାଡାରେ ହୋଇଗଲେଣି ୯ଜଣ ନିଖୋଜ..

1 min read

ଥ୍ୟାଙ୍କୟୁ ପାକିସ୍ତାନ ଲେଖି ଗାଏବ ହୋଇଯାଉଛନ୍ତି ପାକିସ୍ତାନର ଏୟାରହୋଷ୍ଟେସ୍ । ପାକିସ୍ତାନର ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ରୁ ଆସିଛି ଏଭଲି ଏକ ଚାଞ୍ଚଲ୍ୟକର ଖବର । ପାକିସ୍ତାନର ଏୟାର ହଷ୍ଟେସ ନିଖୋଜ ହୋଇଯାଉଛନ୍ତି , କୁଆଡେ ଯାଉଛନ୍ତି ତାର କିଛି ପତ୍ତା ମିଳୁନି । ‘ପାକିସ୍ତାନ ଏୟାରଲାଇନ୍ସ’ର ଏକ କ୍ରୁ ସଦସ୍ୟ ନିଖୋଜ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବିମାନ ଉଡାଣ ବେଳେ ପାଇଲଟ ଡ୍ୟୁଟିରେ ଥିଲେ ।

ହେଲେ ବିମାନ କାନାଡା ପହଂଚିବା ପରେ ସଂପୃକ୍ତ ପାଇଲଟଙ୍କ କୌଣସି ଖବର ନାହିଁ । ମଙ୍ଗଳବାର ଦିନ ଏୟାରହୋଷ୍ଟେସ୍ ମରିୟମ୍ ରଜ୍ଜା ପିକେ-୭୮୨ ବିମାନରେ ଇସଲାମାବାଦରୁ ଉଡାଣ ଆରମ୍ଭ କରିଥିଲା । ହେଲେ କରାଚିରେ ଫେରିବା ବେଳେ ରିପୋର୍ଟ କରିବାକୁ ଆସିନଥିଲେ ସଂପୃକ୍ତ ପାଇଲଟ । ଏହାପରେ ଏୟାରପୋର୍ଟ ଅଧିକାରୀମାନେ ମରିୟମଙ୍କୁ ଖୋଜିବା ପାଇଁ ହୋଟେଲ ପହଂଚିଥିଲେ । ସେଠାରେ ମରିୟମ୍ ନଥିଲେ କେବଳ ତାଙ୍କ ବ୍ୟାଗ ମିଳିଥିଲା । ବ୍ୟାଗ ଖୋଲି ଦେଖିବା ପରେ ଏକ ପୋଷାକ ସହିତ ଚିଠି ମିଳିଥିଲା ।

Advertisement

ଚିଠିରେ କେବଳ ଏତିକି ଲେଖାଥିଲା ‘ଧନ୍ୟବାଦ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’ । ମରିୟମ୍ ରଜା ପାକିସ୍ତାନର ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସରେ ପ୍ରାୟ ୧୫ ବର୍ଷ ଧରି କାମ କରୁଥିଲେ । ସେ ଇସଲାମାବାଦରୁ ଟୋରଣ୍ଟୋ ଯାଉଥିବା ଏକ ବିମାନରେ ଡ୍ୟୁଟିରେ ଥିଲେ । ଏୟାର ହୋଷ୍ଟେସମାନେ ଜଣକ ପରେ ଜଣେ ଏଭଳି କାନାଡାରୁ ଗାଏବ ହେବା ପଛରେ ସେମାନଙ୍କ ଯୋଜନାବଦ୍ଧ ପ୍ରୟାସ ରହିଛି ବୋଲି ଏୟାରଲାଇନ୍ସ ମୁଖପାତ୍ର କହିଛନ୍ତି । ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ନବମ ଘଟଣା । ଏଭଳି ଘଟଣାରେ ପାକିସ୍ତାନ ଏୟାରଲାଇନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି । ଏ ନେଇ କାନାଡ଼ା ପ୍ରଶାସନ ସହ କଥାବାର୍ତ୍ତା ଜାରି ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *