Pratidin TV

Odisha's Digital News Platform

ଓଭର ବ୍ରିଜ ତଳେ ଫସିଲା ବିମାନ, ଦୁଇ ଘଣ୍ଟା ଧରି ଜାମ ହେଲା ଜାତୀୟ ରାଜପଥ…

1 min read

ଆକାଶରେ ମାର୍ଗରେ ଉଡିବା ପରିବର୍ତ୍ତେ ଓଭର ବ୍ରିଜ ତଳେ ଫସିଲା ବିମାନ । ଫଳରେ ଘଣ୍ଟା ଘଣ୍ଟା ଧରି ହେଲା ଜାମ । ବିହାରର ମୋତିହାରୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ମୋତିହାରୀର ଏନ୍‌ଏଚ-୨୭ ରେ ପିପରାକୋଠୀ ଛକ ଓଭର ବ୍ରିଜ୍ ତଳେ ବିମାନଟି ଫସି ରହିଥିଲା । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ବିଶୃଙ୍ଖଳା ଦେଖାଦେଇଥିଲା ଏବଂ ପ୍ରାୟ ଦୁଇ ଘଣ୍ଟା ଧରି ଗାଡି ମଟର ଯାତାୟାତରେ ଅସୁବିଧା ହୋଇଥିଲା । ବିମାନଟି ଓଭରବ୍ରିଜରେ ଅଟକି ରହିଥିବା ଖବର ଚାରିଆଡେ ବ୍ୟାପି ଯାଇଥିଲା । ଏହି ଦୃଶ୍ୟ ଦେଖିବା ପାଇଁ ସେଠାରେ ଅଧିକ ସଂଖ୍ୟକ ଲୋକମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ତେବେ ବିମାନଟି କେଉଁଠୁ ଆସିଲା ଏବଂ ଏହା କିପରି ଅବତରଣ କଲା ବୋଲି ଲୋକଙ୍କ ମନରେଚ ଅନେକ ପ୍ରଶବାଚୀ ସୃଷ୍ଟି ହୋଇଥିଲା ।

ସେପଟେ ରାସ୍ତାରେ ଦୀର୍ଘ ସମୟ ଟ୍ରାଫିକ ଜାମ ପରେ ଲୋକମାନେ ନିକଟସ୍ଥ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ପରେ ପୋଲିସ ଅଧିକାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ବିମାନକୁ ସେଠାରୁ ବାହାର କରିଥିଲେ । ପରେ ବିମାନକୁ ଟ୍ରକ୍ ଯୋଗେ ଲକ୍ଷ୍ନୌରୁ ଆସାମକୁ ପରିବହନ କରାଯାଉଥିଲା । କିନ୍ତୁ ଏହି ସମୟରେ ଏନଏଚ-୨୭ ପିପରାକୋଠୀ ଅତିକ୍ରମ କରୁଥିବା ବେଳେ ବିମାନଟି ବ୍ରିଜ ତଳେ ଅଟକି ଯାଇଥିଲା । ଆଉ ତା ସହ ଲୋକମାନେ ସେଲଫି ନେବାକୁ ଲାଗିଲେ।ପ୍ରାୟ ଦୁଇ ଘଣ୍ଟା ପରିଶ୍ରମ ପରେ ବିମାନଟି ବାହାରକୁ ଆସିବା ପରେ ଜାମରେ ଅଟକି ରହିଥିବା ଗାଡି ମଟର ଯାତାୟାତ କରିଥିଲେ ।

Leave a Reply

Your email address will not be published. Required fields are marked *