Pratidin TV

Odisha's Digital News Platform

ଛାଡ଼ପତ୍ର ନେଇ ପ୍ରଥମ ଥର ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା !

1 min read

ବଚ୍ଚନଙ୍କ ପରିବାର ଏହି କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ସବୁକିଛି ଠିକ ଅଛି ବୋଲି ଦର୍ଶାଇବାକୁ ପରିବାର ଲୋକେ ଚେଷ୍ଟା କରୁଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ପ୍ରକାଶ ପାଉଥିବା ଖବରକୁ ଦେଖିଲେ ଏହା ଜଣାପଡୁଛି ଯେ ଆଦୌ କିଛି ଠିକ୍‌ ଚାଲୁନି। ଐଶ୍ୱର୍ଯ୍ୟା ତାଙ୍କ ପରିବାର ସହିତ ଦେଖା ନଯିବା। ମଧ୍ୟରାତ୍ରିରେ ନ୍ୟୁୟର୍କରୁ ଝିଅ ଆରାଧ୍ୟାଙ୍କ ସହ ମୁମ୍ବାଇ ଫେରି ଏକାକୀ ଘରକୁ ଯିବା, ଏହି ସବୁ ଜିନିଷ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଗୁଜବକୁ ଅଧିକ ବଢାଇଥିଲା। ଐଶ୍ୱର୍ଯ୍ୟା ୧୫ଦିନ ପରେ ଫେରିଥିଲେ | ଏବେ ଐଶ ଭାରତ ଫେରିଛନ୍ତି। ଭାରତକୁ ଫେରିବା ପରେ ଅଭିନେତ୍ରୀ ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି।

ଶୁକ୍ରବାର ସକାଳେ ତାଙ୍କ ଝିଅ ଆରାଧ୍ୟାଙ୍କ ସହ ଭାରତ ଫେରିଥିଲେ। ସେ କାରରେ ବସି ନିଜ ଝିଅ ସହିତ ହସୁଥିବା ନଜର ଆସିଥିଲେ। ତେବେ ବିମାନବନ୍ଦରରେ ପ୍ରଶଂସକଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବହୁତ ଖୁସିରେ ଥିଲେ।

Advertisement

ଏହି ସମୟରେ ଜଣେ ପ୍ରଶଂସକ କହିଥିଲେ, ମ୍ୟାଡାମ, ଆପଣ କେମିତି ଅଛନ୍ତି? ଏହାର ଉତ୍ତରରେ ସେ ହସି ହସି କହିଲେ, ସବୁକିଛି ଠିକ ଅଛି, ଧନ୍ୟବାଦ। ଯେତେବେଳେ ଜଣେ ପ୍ରଶଂସକ ତାଙ୍କ ସହ ଫଟୋ ଉଠାଇବାକୁ କହିଥିଲେ, ଅଭିନେତ୍ରୀ ହସି ହସି ତାଙ୍କ ସହ ଫଟୋ ଉଠାଇଥିଲେ। ତା’ପରେ ବିମାନବନ୍ଦର କର୍ମଚାରୀଙ୍କ ସହ ସେଲଫି ନେଇଥିଲେ। ତେବେ ଐଶ୍ ଙ୍କ ଏପରି ଆଚରଣ ଓ ଖୁସି ଦେଖିବା ପରେ ଛାଡପତ୍ର କେବଳ ଗୁଜବ ବୋଲି ଫ୍ୟାନ୍‌ମାନେ କହିଛନ୍ତି।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଅଲଗା ଅଲଗା ଭାବରେ ପହଞ୍ଚିଥିଲେ। ପରେ ବଚ୍ଚନ ପରିବାରରେ ମତଭେଦ ଶୁଣିବାକୁ ମିଳିଥିଲା। ଐଶ୍ୱର୍ଯ୍ୟା ଆମେରିକା ଯିବା ପରେ ଅଭିଷେକ ବଚ୍ଚନ X ରେ ଛାଡପତ୍ର ପୋଷ୍ଟକୁ ଲାଇକ କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ଆହୁରି ଅଧିକ ବଢିଥିଲା ।

Leave a Reply

Your email address will not be published. Required fields are marked *