ଛାଡ଼ପତ୍ର ଚର୍ଚ୍ଚା ଭିତରେ ଏକାଠି ନଜର ଆସିଲେ ଅଭିଷେକ ଏବଂ ଐଶ୍ୱର୍ଯ୍ୟା…
1 min readଅଭିଷେକ ଓ ଐଶ୍ୱର୍ଯ୍ୟାଙ୍କ ଅଲଗା ହେବାକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ଜୋର ଧରିଥରବା ବେଳେ ସାମ୍ନାକୁ ଆସିଲା ସତ । ଏକାଠି ନଜର ଆସିଲେ ଏହି ସମ୍ପତ୍ତି । ବିଗତ କିଛିଦିନ ହେବ ଐଶ୍ୱର୍ଯ୍ୟା ସ୍ୱାମୀ ଅଭିଷେକ ବଚ୍ଚନ, ଶ୍ୱଶୁର ଅମିତାଭ ବଚ୍ଚନ ଏବଂ ବିଗ୍ ବିଙ୍କ ନାତି ଆଗତା ନନ୍ଦାଙ୍କ ସହ ଧୀରବାଇ ଅମ୍ବାନୀ ଅନ୍ତର୍ଜାତୀୟ ବିଦ୍ୟାଳୟର ବାର୍ଷିକ କାର୍ଯ୍ୟକ୍ରମରେ ନଜର ଆସିଥିଲେ । ଏବଂ କାର୍ଯ୍ୟକ୍ରମର ଦ୍ୱତୀୟ ଦିନରେ ଅଭିନେତ୍ରୀ ସ୍ୱାମୀ ଅଭିଷେକଙ୍କ ସହ ଆରାଧ୍ୟାଙ୍କ ବିଦ୍ୟାଳୟରେ ପହଞ୍ଚିଥିଲେ । ଚାରିଆଡେ ଛାଡପତ୍ର ଗୁଜବ ମଧ୍ୟରେ ଏହି ଦମ୍ପତି ଏକାଠି ବସି ପୁରା କାର୍ଯ୍ୟକୁ ଉପଭୋଗ କରିଥିଲେ । ଆଉ କାର୍ଯ୍ୟକ୍ରମ ସରିବା ପରେ ଐଶ୍ୱର୍ଯ୍ୟା ରାୟ, ଅଭିଷେକ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ ଏକାଠି ଘରକୁ ଫେରୁଥିବାର ନଜର ଆସିଥିଲେ । ଏହାପୂର୍ବରୁ ଏହି ଦମ୍ପତି ସମସ୍ତଙ୍କୁ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ତେବେ ଆରାଧ୍ୟା ମଧ୍ୟ ପାପାରାଜିଙ୍କୁ ବିଦାୟ ଦେଇଛନ୍ତି । କାରରେ ବସିବା ପରେ ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ଉପରେ ପ୍ରେମ ଦେଖାଉଥିବାର ନଜର ଆସିଥିଲେ । ତେବେ ବିଗତ କିଛିଦିନ ମଧ୍ୟରେ ଐଶ୍ୱର୍ଯ୍ୟା ଓ ଅଭିଷେକ ସମର୍କରେ ଫାଠ ସୃଷ୍ଟି ଖବର ସବୁଆଡେ ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ତାହା ଭୁଲ ବୋଲି ପ୍ରମାଣିତ ହୋଇଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେବାରେ ଲାଗିଛି ।