Pratidin TV

Odisha's Digital News Platform

ଅଡୁଆରେ ଐଶର୍ଯ୍ୟାଙ୍କ ps1 : ରିଲିଜ୍ ହେବା ପୂର୍ବରୁ ମିଳିଲା ଏପରି ଭୟଙ୍କର ଧମକ

1 min read

ନୂଆଦିଲ୍ଲୀ : ମଣି ରତ୍ନମଙ୍କ ଫିଲ୍ମ ପୋନିୟିନ ସେଲଭାନ-୧ ଆସନ୍ତକାଲି ଅର୍ଥାତ୍ ୩୦ ସେପ୍ଟେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି । ଏନେଇ ଉଭୟ ଫିଲ୍ମ ନିର୍ମାତା , କଳାକାର ଏବଂ ଦର୍ଶକଙ୍କ ମଧ୍ୟରେ ଉତ୍ସାହ କହିଲେ ନସରେ । କିନ୍ତୁ ହଠାତ୍ ଏହି ଖୁସିକୁ ବିସାଦରେ ପରିଣତ ହେବାକୁ ସମୟ ଲାଗିନଥିଲା । ଫିଲ୍ମ ରିଲିଜ୍ ପୂର୍ବରୁ ସିନେମା ହଲ୍ ମାଲିକଙ୍କୁ ଧମକ ମିଳିଛି । କାନାଡାର କିଛି ସ୍ଥାନୀୟ ଲୋକ ଦୀର୍ଘ ଦିନ ଧରି ତାମିଲ ଚଳଚ୍ଚିତ୍ର ପ୍ରତି ଧମକ ଦେଉଥିଲେ।

ତେବେ କାନାଡାର ହାମିଲଟନ୍, କିଚନର୍, ଏବଂ ଲଣ୍ଡନ ଭଳି ସହରରେ ଐଶର୍ଯ୍ୟା ରାୟଙ୍କ ଅଭିନୀତ ଚଳଚ୍ଚିତ୍ର ପୋନିୟନ୍ ସେଲଭାନ୍ ରିଲିଜ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ସମୟରେ, ଫିଲ୍ମ ସ୍କ୍ରିନିଂ ନକରିବା ପାଇଁ ଥିଏଟର ମାଲିକମାନଙ୍କ ନିକଟକୁ ଏକ ଇ-ମେଲ ଆସିଛି । ଧମକ ଦିଆଯାଇଛି ଯେ ଯଦି ଏହି ଫିଲ୍ମର ସ୍କ୍ରିନିଂ କରାଯାଏ ତେବେ ହଙ୍ଗାମା ହେବ। ଯଦି ps1 ତାମିଲ କିମ୍ବା KW ଟକିଜର ଅନ୍ୟ କୌଣସି ଚଳଚ୍ଚିତ୍ର ରିଲିଜ୍ ହୁଏ, ତେବେ ସେମାନଙ୍କୁ ଆକ୍ରମଣ କରାଯିବ।

ଇମେଲ୍ ଜରିଆରେ ମିଳିଥିବା ଧମକରେ ଲେଖାଯାଇଛି ଯେ , ଯଦି ଅବମାନନା କରି ଫିଲ୍ମ ରିଲିଜ୍ କରାଯାଏ ତେବେ ସ୍କ୍ରିନ୍ ଛିଡାଇ ଦିଆଯିବ । ଏହାସହ ଫିଲ୍ମ ହଲର ଅନେକ କର୍ମଚାରୀମାନେ ଆହତ ହୋଇ ଡାକ୍ତଖାନାରେ ପହଞ୍ଚିବେ ।ଆମେ କେବଳ ଏହି ଭାରତୀୟ ଚଳଚ୍ଚିତ୍ର ନୁହେଁ ଅନ୍ୟ ବ୍ଲକବଷ୍ଟର ହିନ୍ଦୀ ଚଳଚ୍ଚିତ୍ରକୁ ମଧ୍ୟ ଟାର୍ଗେଟ କରିବୁ। ଯେପର୍ଯ୍ୟାନ୍ତ KW ଟକିଜ୍ ଫିଲ୍ମ ସ୍କ୍ରିନିଂ କରିବା ବନ୍ଦ ନକରନ୍ତି ସେ ପର୍ଯ୍ୟାନ୍ତ ଆମେ ଏହା ଜାରି ରଖିବୁ।’

Leave a Reply

Your email address will not be published. Required fields are marked *