Pratidin TV

Odisha's Digital News Platform

ଫ୍ୟାସନ ଗାଉନ୍ ସହ ରାମ୍ପ ୱାକରେ ଚମକିଲେ ବଲିଉଡର ତାରକା ଐଶ୍ୱର୍ଯ୍ୟା..

1 min read

ମୁମ୍ବାଇ: ପ୍ୟାରିସ ଫାସନ ୱିକରେ ରାମ୍ପରେ ଚାଲିଲେ ବଲିଉଡର ତାରକା ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଲରିଆଲ ପାଇଁ ବର୍ଷ ବର୍ଷ ଧରି ବ୍ରାଣ୍ଡ ଆମ୍ବାସାଡର ଭବେ କାର୍ଯ୍ୟ କରୁଥିବା ଐଶ୍ୱର୍ଯ୍ୟା ପ୍ୟାରିଶ ଫ୍ୟାଶନ ଶୋ ରେ ଭାଗ ନେଇଥିଲେ । ଏହି ସୁନ୍ଦରୀ ଅଭିନେତ୍ରୀ ନିଜର ସୁନ୍ଦର ତଥା ଆକର୍ଷଣୀୟ ଚେହେରା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଐଶ୍ୱରିଆ ରାୟବଚ୍ଚନ ପୂର୍ବରୁ ଅନେକ ରାମ୍ପ ଶୋ ରେ ଭାଗ ନେଇ ଶୋ ଓିନର ମଧ୍ୟ ହୋଇଛନ୍ତି । ଏହାଛଡା ସେ ବଡ ବଡ କସମେଟିକ ବା ଅନ୍ୟ କିଛି ପ୍ରଡକ୍ଟର ବ୍ରାଣ୍ଡ ଆମ୍ବାସେଡର ଭାବେ କାର୍ଯ୍ୟ କରିଥାନ୍ତି ।

ସେହିପରି ବର୍ତ୍ତମାନ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପ୍ୟାରିସ ଫ୍ୟାଶନ ‘ୱିକ’ର ଲ’ଅରିଆଲ ଶୋରେ ଭାଗ ନେଇଛନ୍ତି । ଏହି ଇଭେଣ୍ଟରେ ରାମ୍ପ ୱାକରେ ଚାଲୁଥିବା ସମୟର ଫଟୋ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ଅଭିନେତ୍ରୀ ଐଶ୍ୱରିଆ ଏକ ବାଦାମୀ ଏବଂ ସୁବର୍ଣ୍ଣ ରଙ୍ଗ ପୋଷାକରେ ନଜର ଆସିଛନ୍ତି । ଏହି ଫ୍ୟାସନ ସୋରେ ଐଶ୍ୱର୍ଯ୍ୟା ତାଙ୍କର ଫ୍ୟାସନ ଗାଉନ ସହ ଖୋଲା କେଶରେ ସେ ଆହୁରୀ ଆକର୍ଷଣୀୟ ଦେଖାଯାଉଥିଲେ । ତାଙ୍କର ଏଣ୍ଟ୍ରି ବେଳେ ପ୍ରଶଂସକ ମାନେ ମଧ୍ୟ ତାଙ୍କ ଲୁକ୍‌କୁ ପ୍ରଶଂସା କରିଥିଲେ । ଅଭିନେତ୍ରୀ ନିଜେ ରାମ୍ପରେ ଚାଲିବା ବେଳେ ଫ୍ଲାଇଙ୍ଗ କିସ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *