Pratidin TV

Odisha's Digital News Platform

ଦାମ୍ପତ୍ୟ ଜୀବନରେ ଆସିଲା ଝଡ଼! ହାତରୁ ବାହାଘର ମୁଦି କାଢିଦେଲେ ଅଭିଷେକ…

ଦୀର୍ଘ ୧୬ ବର୍ଷର ସର୍ମ୍ପକରେ ଏବେ ଆସିଛି କି ତିକ୍ତତା । ବଲିଉଡ୍‌ରେ ସବୁଠାରୁ ନିର୍ବିବାଦୀୟ ଓ ଲୋକପ୍ରିୟ ଦଂପତି ମଧ୍ୟରେ ଉଠିଛି କି ବିବାଦ । ଐଶ୍ୱର୍ଯ୍ୟା ଓ ଅଭିଷେକ ଅଲଗା ହେବାକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । କୁହାଯାଉଛି ତାଙ୍କର ଦାମ୍ପତ୍ୟ ଜୀବନରେ ଝଡ ଉଠିଛି । ସେଥିପାଇଁ ଅଭଷେକ ନିଜର ବିବାହ ମୁଦି ବାହାର କରିଦେଇଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନ ଅଭିଷେକଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନିଜ ଆଙ୍ଗୁଠିରୁ ବିବାହ ସମୟର ମୁଦି ପିନ୍ଧିନଥିବା ଦେଖାଯାଇଛି । ଅଭିଷେକ ଆଜି ର୍ପ୍ୟନ୍ତ ନିଜ ଆଙ୍ଗୁଠିରେ ବିବାହ ସମୟର ମୁଦି ପିନ୍ଧୁଥିଲେ । ହେଲେ ଏବେ ସେ ମୁଦି ନଜର ଆସୁ ନାହିଁ । ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ସମସ୍ତେ କହୁଛନ୍ତି କି ପତ୍ନୀ ଐଶ୍ୱର୍ଯ୍ୟାଙ୍କ ସହ ବିବାଦ ଏହା ପଛର କାରଣ ହୋଇପାରେ । ହେଲେ ଏଯାଏ ଉଭୟ କିଛି ବି ମୁହଁ ଖୋଲି କହି ନାହାନ୍ତି । ସେହିପରି ଐଶ୍ୱର୍ଯ୍ୟା ନିଜର ଜନ୍ମଦିନ ଝିଅ ସହ ସେଲିବ୍ରେସନ୍ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଜନ୍ମଦିନରେ ଅଭିଷେକ କିମ୍ବା ବଚ୍ଚନ ପରିବାରର କେହି ନଥିଲେ । ଏଭଳି ଛାଡ଼ପତ୍ର ଖବରକୁ ନେଇ ଚର୍ଚ୍ଚା ହେବା ପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏହା କେତେ ସତ ତାହା ଜାଣିନି, କିନ୍ତୁ ମୁଁ ସବୁବେଳେ ଭାବୁଥିଲି ଯେ ବଚ୍ଚନ ପରିବାରରେ ଛାଡପତ୍ର ଅସମ୍ଭବ । ତାଙ୍କ ପରିବାରଠୁ ଏହା ଆଶା କରାଯାଇନଥିଲା । ଅନ୍ୟ ଜଣେ ଲେଖିଛନ୍ତି, ଯେର୍ଯ୍ୟନ୍ତ ଅମିତାଭ ବଚ୍ଚନ ବଞ୍ଚିଛନ୍ତି, ସେ ପର୍ଯ୍ୟନ୍ତ ଦୁହିଁଙ୍କ ଛାଡ଼ପତ୍ର ହେବାକୁ ଦେବେ ନାହିଁ ।

Leave a Reply

Your email address will not be published. Required fields are marked *