Pratidin TV

Odisha's Digital News Platform

ହେବକି ଛାଡ଼ପତ୍ର ?   ଅଭିଷେକଙ୍କ ପରେ   ଐଶ୍ବର୍ଯ୍ୟା କାଢ଼ିଲେ   ବିବାହ ମୁଦି !

1 min read

ବଲିଉଡ ଲୋକପ୍ରିୟ ଦମ୍ପତି ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଦୀର୍ଘ ଦିନ ଧରି ଶିରୋନାମାରେ ରହି ଆସିଛନ୍ତି । ଯଦି ରିପୋର୍ଟଗୁଡିକ ବିଶ୍ବାସ କରାଯାଏ, ତେବେ ଏହି ଦମ୍ପତି ଅଲଗା ହେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହାରି ମଧ୍ୟରେ ଅଭିଷେକଙ୍କ  ଐଶ୍ବର୍ଯ୍ୟା କୁ ନେଇ ଆସିଛି ବଡଖବର  । ଏବେ  ଅଭିଷେକଙ୍କ ପରେ ଐଶ୍ବର୍ଯ୍ୟା କାଢ଼ିଲେ  ବିବାହ ମୁଦି ! ନିକଟରେ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାଙ୍କ ସହ ନଜର ଆସିଥିଲେ।

ଉଭୟ SIIMA ପୁରସ୍କାରରେ ଯୋଗଦେବାକୁ ଯାଇଥିଲେ। ଏହି ସମୟ ମଧ୍ୟରେ ଗୋଟିଏ ଜିନିଷ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ତାହା ହେଉଛି ଅଭିନେତ୍ରୀଙ୍କ ବିବାହ ରିଙ୍ଗ। ତାଙ୍କ ହାତରେ ଥିବା ରିଙ୍ଗ ନ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟ ଛାଡପତ୍ରର ଗୁଜବ ପୁଣି ଉଡ଼ିବା ଆରମ୍ଭ କରିଛି। ନିକଟରେ ଐଶ୍ୱର୍ଯ୍ୟା ରାୟ ଝିଅ ଆରାଧ୍ୟାଙ୍କ ସହ ନଜର ଆସିଥିଲେ। ସବୁଥର ପରି ଅଭିନେତ୍ରୀ ନିଜ ଝିଅକୁ ସୁରକ୍ଷା ଦେଉଥିଲେ। କିନ୍ତୁ ତାଙ୍କ ହାତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଥର ତାଙ୍କ ହାତରେ ବିବାହ ରିଙ୍ଗ ଦୃଶ୍ୟମାନ ହେଉ ନ ଥିଲା। ଏହାପୂର୍ବରୁ ଅମ୍ବାନୀ ବିବାହରେ ମଧ୍ୟ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଏକାଠି ପହଞ୍ଚି ନ ଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଫାଟ ଥିବା ଚର୍ଚ୍ଚା ହୋଇଥିଲା।

Leave a Reply

Your email address will not be published. Required fields are marked *