Pratidin TV

Odisha's Digital News Platform

ଭାଇରଲ ହେଲା ଐଶର୍ଯ୍ୟାଙ୍କ ଡାଏରୀ , ଖୋଲିଗଲା ଅଭିନେତ୍ରୀଙ୍କ ସବୁ ସିକ୍ରେଟ …

1 min read

ବଲିଉଡର ହେବିଓ୍ୱେଟ୍ ସେଲିବ୍ରିଟି । ଅଭିଷେକ ବଚ୍ଚନ ଐଶ୍ୱର୍ଯ୍ୟା ରାୟ । ବଚ୍ଚନ ପରିବାରର ଅନ୍ୟତମ ସଦସ୍ୟ । ଉଭୟଙ୍କୁ ଏକାଠି ଦେଖିବାକୁ ଫ୍ୟାନ୍ସ ମାନେ ଚାତକ ପରି ରହିଥାନ୍ତି ଅନାଇ । ସେ ଇଭେଣ୍ଟ ହେଉ ବା କୌଣସି କାର୍ଯ୍ୟକ୍ରମ । ଉଭୟଙ୍କ ସ୍ନାପ ଟିକିଏ ନେବାକୁ ପଠୋଗ୍ରାଫରଙ୍କ ଭିତରେ ଚାଲେ ପ୍ରତିଯୋଗିତା ।

ହେଲେ ଏବେ ତାଙ୍କ ଦାମ୍ପତ୍ତ୍ୟ ଜୀବନକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହେବାକୁ ଯାଉଛି । କାରଣ ଗତ କିଛିଦିନ ହେବ  ଉଭୟ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ସେମାନଙ୍କ ସମ୍ପର୍କ ବିଷୟରେ କିଛି କହିନାହାଁନ୍ତି। ଛାଡପତ୍ର ଖବର ମଧ୍ୟରେ ଐଶ୍ୱର୍ଯ୍ୟା ଅନେକ ଇଭେଣ୍ଟରେ ନଜର ଆସିଛନ୍ତି। କିନ୍ତୁ ସେ ଝିଅ ଆରାଧ୍ୟାଙ୍କ ସହ ଥାନ୍ତି। ଅଭିଷେକଙ୍କୁ ତାଙ୍କ ସହିତ କୌଣସି ଇଭେଣ୍ଟରେ ଦେଖିବାକୁ ମିଳେ ନାହିଁ। ତେବେ ତାଙ୍କର ଛାଡ଼ପତ୍ର ଚର୍ଚ୍ଚା ଭିତରେ ଭାଇରାଲ ହେଉଛି ଐଶ୍ବର୍ଯ୍ୟାଙ୍କ ଡାଏରୀ ।

Advertisement

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଐଶ୍ବର୍ଯ୍ୟାଙ୍କ ସ୍ଲାମ ବୁକ୍ ର ସ୍କ୍ରିନ ସଟ୍ ଏହା ଖୁବ୍ ପୁରୁଣା । କିନ୍ତୁ ଡିଭୋର୍ସ ଚର୍ଚ୍ଚା ଚାଲିଥିବାରୁ ଅଚାନକ ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଜଣେ ୟୁଜର ଏହାକୁ ସେୟାର କରିଛନ୍ତି । ଏହାକୁ ୧୯୯୪ ମସିହାରେ ମିସୱାର୍ଲ୍ଡ ଟାଇଟଲ ହାସଲ କରିବା ବେଳେ ଲେଖିଥିଲେ । ଏଥିରେ ସେ ତାଙ୍କ ମନର କଥା ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *