Pratidin TV

Odisha's Digital News Platform

ଏହି କାରଣ ପାଇଁ ସର୍ବସମ୍ମୁଖରେ କ୍ଷମା ମାଗିଲେ ଅଜିତ ପାଓ୍ବାର..

1 min read

ନିଜର ଭୁଲ ବୁଝି ପାରିଲେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଯେଉଁଥିପାଇଁ ସେ ସର୍ବସମ୍ମୁଖରେ କ୍ଷମା ମାଗିଛନ୍ତି  । ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଅଜିତ ପାୱାର ତାଙ୍କ ଦାଦା ଝିଅ ଭଉଣୀ ସୁପ୍ରିୟା ସୁଲେଙ୍କ ବିରୋଧରେ ପତ୍ନୀ ସୁନେତ୍ରା ପାୱାରଙ୍କୁ ପ୍ରାର୍ଥୀ କରିଥିଲେ। ଭଉଣୀଙ୍କ ବିରୋଧୀଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ଭୁଲ ନିଷ୍ପତ୍ତି ଥିଲା ବୋଲି ବୋଲି ଅଜିତ ପାୱାର କହିଛନ୍ତି  । ଅଜିତ ପାୱାର ବାରାମତିରେ ତାଙ୍କ ପତ୍ନୀ ଏବଂ ଭଉଣୀଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁ ସ୍ଥିତି ତାଙ୍କର ଏକ ବଡ଼ ଭୁଲ୍ ହୋଇଥିଲା ବୋଲି ସ୍ବୀକାର କହିଛନ୍ତି। ଏହି ପଦକ୍ଷେପ ତ୍ରୁଟିଯୁକ୍ତ ଥିବା ସେ ମାନିଛନ୍ତି। ସେ ମଙ୍ଗଳବାର ଦିନ ସ୍ୱୀକାର କରିଛନ୍ତି ତାଙ୍କ ଭଉଣୀଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ଉଚିତ୍ ନ ଥିଲା।

ଅଜିତ ପାୱାର ଏହା ମଧ୍ୟ କହିଛନ୍ତି ସଂସଦୀୟ ବୋର୍ଡ ଏନେଇ ଶେଷରେ ନିଷ୍ପତ୍ତି ନେଇଥିବାରୁ ଏହି ନିଷ୍ପତ୍ତି ବଦଳାଇବା ସମ୍ଭବ ନ ଥିଲା। ଏକ କାର୍ଯ୍ୟକ୍ରମରେ ପଚରାଯାଇଥିବା ପ୍ରଶ୍ନ ଉପରେ ଅଜିତ ପାୱାର ରାଜନୀତି ଏବଂ ପାରିବାରିକ ସମ୍ପର୍କ ମଧ୍ୟରେ ଭିନ୍ନ କରି କହିଥିଲେ ଯେ ରାଜନୀତିର ନିଜସ୍ୱ ସ୍ଥାନ ଅଛି ଏବଂ ଏହାକୁ ଘର ଭିତରକୁ ଆଣିବା ଉଚିତ୍ ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ରକ୍ଷାବନ୍ଧନ ସମୟରେ ବାରାମତିରେ ରୁହନ୍ତି, ତେବେ ନିଶ୍ଚିତ ଭାବରେ ତାଙ୍କ ଭଉଣୀ ସୁପ୍ରିୟା ସୁଲେଙ୍କୁ ଭେଟିବେ। ସୂଚନାଯୋଗ୍ୟ, ବାରାମତି ଲୋକସଭା ନିର୍ବାଚନମଣ୍ଡଳୀରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ବିବାଦ ନିର୍ବାଚନକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଦେଇଥିଲା। ଯଦିଓ ସୁପ୍ରିୟା ସୁଲେ ଏବଂ ସୁନେତ୍ରା ପାୱାରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଅତ୍ୟନ୍ତ କଠିନ ଥିଲା, ଶେଷରେ ଶରଦ ପାୱାରଙ୍କ ନେତୃତ୍ୱରେ ସେମାନଙ୍କ ଦଳ ବାରାମତି ସମେତ ମହାରାଷ୍ଟ୍ରରେ ଅନେକ ଆସନ ଜିତିଥିଲା।

Advertisement

Leave a Reply

Your email address will not be published. Required fields are marked *