Pratidin TV

Odisha's Digital News Platform

ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ନେତାଙ୍କୁ ଗୁଳି କରି ହତ୍ୟା , ପ୍ରଥମେ ଲାଇନ୍ କାଟିଲେ ଆଉ ତାପରେ …

ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ସୋମବାର ଜାତୀୟତାବାଦୀ କଂଗ୍ରେସ ପାର୍ଟି ( ଏନସିପି ) ର ଅଜିତ ପାୱାରଙ୍କ ସହ ଜଡିତ ଘଟଣା ସାମ୍ନାକୁ ଆସିଛି । ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ନେତା ତଥା ପୂର୍ବତନ କର୍ପୋରେଟର ବନରାଜ ଆମ୍ବେକର ଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି ।

ବନରାଜ ଆମ୍ବେକରଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରାଯାଇଛି । ମହାରାଷ୍ଟ୍ରରେ ପୁଣେ ଘଟିଛି ଏଭଳି ଜଘନ୍ୟ ଘଟଣା । ସୂଚନା ଅନୁଯାୟୀ ପୁଣେର ନାନା ପେଠ ଅଞ୍ଚଳରେ ଏହି ଗୁଳି ବିନିମୟ ଘଟିଛି। ବନରାଜ ରାସ୍ତା ଉପରେ ଛିଡା ହୋଇ କଥାହେଉଥିବା ସମୟରେ ସେଠାକାର ଲାଇନ୍ କଟାଯାଇ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରାଯାଇଥିଲା । ଏହି ଆକ୍ରମଣ ପୂର୍ବରୁ ଯୋଜନାବଦ୍ଧ ଭାବେ ପୂରା ଅଞ୍ଚଳର ବିଦ୍ୟୁତ୍ କାଟ୍ କରାଯାଇଥିଲା ।

ଏହି ଆକ୍ରମଣରେ ଆହତ ହୋଇଥିବା ଆମ୍ବେକରଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି।ଡାକ୍ତରଙ୍କ କହିବା ଅନୁଯାୟୀ ବନରାଜଙ୍କ ମୃତ୍ୟୁ କେବଳ ଗୁଳିମାଡ ଯୋଗୁଁ ହୋଇନାହିଁ ବରଂ ତା ପୂର୍ବରୁ ତାଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ଆଉ ପରେ ଗୁଳିମାଡ କରାଯାଇଛି । କୁହାଯାଉଛି ଯେ ଏହି ଆକ୍ରମଣରେ ଆହତ ହୋଇଥିବା ଆମ୍ବେକରଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ତେେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସମୃକ୍ତ ଘଟଣାର ତଦନ୍ତ ଚଳାଇବା ସହ ଆକ୍ରମଣକରୀଙ୍କୁ ଖୋଜୁଛି ।

Leave a Reply

Your email address will not be published. Required fields are marked *