Pratidin TV

Odisha's Digital News Platform

ନିର୍ବାଚନ ପୂର୍ବରୁ ମା ବିରଜାଙ୍କ ଶରଣରେ ଆକାଶ ଦାସ ନାୟକ ..

1 min read

ନିର୍ବାଚନ ଡଙ୍ଗା ପାରି ହେବାକୁ ମା ବିରଜାଙ୍କ ଶରଣ ପଶିଲେ ଅଭିନେତା ତଥା ରାଜନେତା ଆକାଶ ଦାସ ନାୟକ । ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଆକାଶ ଦାସ ନାୟକ ନିଜର ସମର୍ଥକମାନଙ୍କ ସହ ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି । ମାଙ୍କ ପାଖରେ ଚଳିତ ନିର୍ବାଚନରେ ବିଜୟ ପାଇଁ ମାଙ୍କୁ ପ୍ରାର୍ଥନା କରିଛନ୍ତି । ଏହାପରେ ପ୍ରଚାର ମୈଦାନଙ୍କୁ ଓହ୍ଲାଇଛନ୍ତି ଆକାଶ । ଏହାସହିତ ଆକାଶ ପୂର୍ବରୁ ମଧ୍ୟ କୋରେଇରୁ ବିଧାୟକ ଭାବେ କାର୍ଯ୍ୟ କରିଥିଲେ ।

ଚଳିତ ନିର୍ବାଚନରେ ମଧ୍ୟ ତାଙ୍କୁ ନିଜର ଜନ୍ମମାଟିରେ ଜନସାଧାରଣ ଭରସା କରି ବିଜୟୀ କରିବେ ବୋଲି ସେ ଆଶାବାଦୀ ଅଛନ୍ତି । ବିଜେଡି ଇସ୍ତଫା ଦେଇ ବିଜେଡିରେ ମିଶିବା ପରେ ବିଜେପି କୋରେଇରୁ ତାଙ୍କୁ ଟିକେଟ ଦେଇଛି । ଚଳିତ ନିର୍ବାଚନରେ ବିଜେପିରୁ କୋରେଇର ପ୍ରାର୍ଥୀ ହୋଇଛନ୍ତି ଆକାଶ ।

Advertisement

Leave a Reply

Your email address will not be published. Required fields are marked *