Pratidin TV

Odisha's Digital News Platform

ନିଆରା ଜନ୍ମଦିନ ପାଳିଲେ ଆକାଶ ; ଜେରିଆଟ୍ରିକ୍ ସେଣ୍ଟରରେ ଖୋଲିଲେ ଚକ୍ଷୁ ଚିିକିତ୍ସା ଶିବିର

ଭୁୁବନେଶ୍ୱର : ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ତଥା ଓଡିଶା ସରକାରଙ୍କ ‘ମୋ କଲେଜ ଅଧ୍ୟକ୍ଷ’ ଉଡ୍ର ଚାରିଟେବୁଲ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସନାୟକ ଗତକାଲି ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳନ କରିଥିଲେ । ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନିକୁନି ପିଲା, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରିଆସୁଛନ୍ତି । ଚଳିତ ବର୍ଷ ବରମୁଣ୍ଡା ସୌଭାଗ୍ୟନଗର(୨) ସ୍ଥିତ ଜେରିଆଟ୍ରିକ୍ ସେଂଟରର ଅନ୍ତେବାସୀଙ୍କ ସହିତ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ଗତକାଲି “ଉଡ୍ର ଚାରିଟେବୁଲ ଟ୍ରଷ୍ଟ” ଏହି ସେଂଟରର ଅନ୍ତେବାସୀଙ୍କ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିଥିଲା ।

“ଭୂମିକା ଚକ୍ଷୁ ଚିକିତ୍ସାଳୟ”ର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଅନ୍ତେବାସୀମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକ ଉପକରଣ ଓ ଔଷଧ ମଧ୍ୟ ଦିଆଯାଇଥିଲା । ଜନ୍ମଦିନରେ ଏହି ସେଂଟରର ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ । ଜେରିଆଟ୍ରିକ୍ ସେଂଟରର ଅନ୍ତେବାସୀମାନେ ତାଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସଂଗେ ସଂଗେ ତାଙ୍କ ଦୀର୍ଘ ଜୀବନ ପାଇଁ ଭଗବାନଙ୍କ ପାଖରେ ଶୁଭ ମନାସୀଥିଲେ ଏବଂ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ଆକାଶ ଏହି ଅନ୍ତେବାସୀଙ୍କ ସହ ଖୁସି ବାଂଟିଥିଲେ । ସେ କହିଥିଲେ – “ଖୁସି ବାଂଟିଲେ ଖୁସି ବଢେ” ।

ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧଜୀବୀ ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟି ଆସିଥିଲା। ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଏହି ଜନ୍ମଦିନ ପାଳନ ଉତ୍ସବରେ ଭୂମିକା ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଓ ଉଡ୍ର ଚାରିଟେବୁଲ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଜୟଶ୍ରୀ ଧଳ, ଦେବୀ ପ୍ରସାଦ ମଙ୍ଗରାଜ, ଜୋଷିକା ବୋଷ, ପବନ ପାତ୍ରୋ, ସତ୍ୟ ସୁମନ, କିଶୋର ଦାସ, ଭାଗ୍ୟଧର ସାମଲ, ସୁମିତ୍ରା ମହାନ୍ତି, ସତ୍ୟବ୍ରତ ଜେନା, ଆଦିତ୍ୟ ଚୌଧୁରୀ, ଅସିତ୍ ସାହୁ, ବିଶ୍ୱଜିତ୍ ପ୍ରମୁଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *