Pratidin TV

Odisha's Digital News Platform

ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ଆକାଶ ଦାସ ନାୟକ ..

ବିଜେଡି ଛାଡି ଏବେ ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ । ରବିବାର ଅପରାହ୍ନରେ ନିଜର ସମର୍ଥକ ମାନଙ୍କ ସହିତ ଯାଇ ବିଜେପି କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଗତକାଲି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଗତ ନିର୍ବାଚନରେ ଆକାଶଙ୍କୁ ବିଜେଡି ଟିକେଟ ଦେଇ ନ ଥିଲା । ଏଥର ବି ତାଙ୍କୁ ଟିକେଟ ନ ମିଳିବାରୁ ସେ ଦଳ ପରିବର୍ତ୍ତନ କରିଥିବା କୁହାଯାଉଛି ।

ତେବେ ନିଜର ଆତ୍ମସମ୍ମାନ ଓ କୋରେଇ ବାସୀଙ୍କ ସ୍ୱାଭିମାନ ପାଇଁ ସେ ଦଳ ଛାଡିଛନ୍ତି ବୋଲି ଆକାଶ କହିଥିଲେ । ଉଲେଖଯୋଗ୍ୟଯେ ୨୦୧୪ ସାଧାରଣ ନିର୍ବାଚନରେ ଅଭିନେତା ରୁ ରାଜନେତା ସାଜି ପ୍ରଥମ ଥର ବିଜେଡି ତରଫରୁ କୋରେଇ ଆସନ ପାଇଁ ନିର୍ବାଚନ ଲଢିଥିଲେ । ଏବଂ ବିଜୟୀ ହୋଇଥିଲେ । ହେଲେ ୨୦୧୯ରେ ଆକାଶଙ୍କୁ ଟିକେଟ ମିଳି ନ ଥିଲା । ବିଜେଡି ଟିକେଟ ପାଇ ଅଶୋକ ବଳ ବିଜୟୀ ହୋଇଥିଲେ । ଏହାପରେ ତାଙ୍କୁ ମୋ କଲେଜର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିଲା । ଆଜି ତାଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟସ୍ୱାଗତ କରାଯାଇଛି । ତାଙ୍କ ସହ ବହୁ କର୍ମୀ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି । ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଅରିନ୍ଦମ ରୟ, ସିଦ୍ଧାନ୍ତ ମହାପାତ୍ର, ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *