Pratidin TV

Odisha's Digital News Platform

ଦୁର୍ଗା ମନ୍ଦିରରେ ମୁଣ୍ଡିଆ ମାରି ନାମାଙ୍କନ ପତ୍ର ଦାଖଲ କଲେ ଆକାଶ ଦାସ ନାୟକ …

କୋରାଇ ବାସୀ ଙ୍କ ଆଶା ବିଶ୍ବାସକୁ ନେଇ ନାମାଙ୍କନ ପତ୍ର ଦାଖଲ କଲେ ଆକାଶ ଦାସ ନାୟକ । ଆଜି ବ୍ୟାସନଗର ଚୋରଦା ସ୍ଥିତ ଦୁର୍ଗା ମନ୍ଦିର ରେ ହଜାର ହଜାର ଜନସାଧାରଣ ଙ୍କ ଉପସ୍ଥିତି ରେ ମା ଙ୍କୁ ପୂଜା ଅର୍ଚ୍ଚନା କରି ଆଶ୍ରିବାଦ ଭିକ୍ଷା କରିଥିଲେ ଆକାଶ ।

ସେ ମାଆଙ୍କ ଦର୍ଶନ କରିବା ପରେ ଗଣମାଧ୍ୟମକ ପ୍ରତିକ୍ରିୟା ଦେଇ କହିଛନ୍ତି କୋରାଇ ବାସୀ ଙ୍କ ବିଶ୍ବାସ ଭରଷା ହିଁ ମୋତେ ଆଗେଇ ନେଇଛି ଆଉ ଆଗମୀ ନିର୍ବାଚନ ମଧ୍ୟ ତାଙ୍କରି ଆଶ୍ରିବାଦ ଓ ଭଲ ପାଇବାରେ ସଫଳ ହେବ। ଏହାପରେ ସେ ସ୍ତ୍ରୀଙ୍କ ସହିତ ଉପଜିଲ୍ଲାପାଳଙ୍କ କାର୍ଯଳୟକୁ ଯାଇ ନାମାଙ୍କନ ଦାଖଲ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *