Pratidin TV

Odisha's Digital News Platform

ସୁଟିଂ କରୁ କରୁ ବିଲ୍ଡିଂରୁ ଖସି ପଡିଲେ ଅଭିନେତା ଅଖିଲ ମିଶ୍ରା

ମୁମ୍ବାଇ : ଚଳଚ୍ଚିତ୍ର ଜଗତରୁ ଆସିଲା ଏକ ଦୁଃଖଦ ଖବର । ବଲିଉଡର ଅଭିନେତା ଅଖିଲ ମିଶ୍ରା ଦୁନିଆକୁ ଅଲବିଦା କହିଛନ୍ତି । ୫୮ ବର୍ଷ ବୟସରଙ୍କ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସୁଛି । ଅଖିଳ ମିଶ୍ରା ନିଜ ଫିଲ୍ମ କ୍ୟାରିୟରେ ଅନେକ ନିଖୁଣ ଅଭିନୟ କରିଛନ୍ତି । ଫିଲ୍ମ ୩ଇଡିଏଟ୍ ରେ ଲଇବ୍ରେରିଆନ ଦୁବେଜୀ କ୍ୟାରେକ୍ଟର ସମସ୍ତ ଦର୍ଶକଙ୍କମନ ଜିଣି ନେଇଥିଲା ।ତେବେ ଏକ ଦୁର୍ଘଟଣାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ସେ ହାଇଦ୍ରାବାଦରେ ସୁଟିଂ କରୁଥିଲେ । ସେଠାରେ କୌଣସି ଏକ ବିଲ୍ଡିଂରୁ ଖସି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅଖିଲଙ୍କ ଆକସ୍ମିକ ଦେହାନ୍ତ ଖବର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ପ୍ରଶଂସକାମାନେ ଏହି ଖବରକୁ ସହଜରେ ବିଶ୍ୱାସ କରି ପାରୁ ନାହାନ୍ତି । ହାଇଦ୍ରାବାଦରେ ସୁଟିଂ କରୁଥିବା ବେଳେ ବାଲକୋନି ନିକଟରେ କାମ କରୁଥିଲେ ଅଖିଳ । ଏହି ସମୟରେ ଏକ ଉଚ୍ଚ କୋଠାରୁ ଖସି ପଡିଥିଲେ । ସେ ଟିଭିରେ ଅନେକ ସୋ ଏବଂ ଫିଲ୍ମ ରେ ଅଭିନୟ କରିଛନ୍ତି । ଜର୍ମାନୀ ଅଭିନେତୀ ସୁଜେନ ବନର୍ଟଙ୍କୁ ସେ ୨ୟ ବିବାହ କରିଥିଲେ ଅଖିଳ ମିଶ୍ରା । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି । ଅଖିଲଙ୍କ ପ୍ରଥମ ପତ୍ନୀ ଥିଲେ ମଞ୍ଜୁ ମିଶ୍ରା । ୧୯୮୩ରେ ବିବାହ ପରେ ଉଭୟଙ୍କର ୧୯୯୭ରେ ଛାଡ଼ପତ୍ର ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *