Pratidin TV

Odisha's Digital News Platform

ଅଖିଳ ପଟ୍ଟନାୟକ : ନାୟକ ମାନେ ଧୋକା ଦେଇଯାଇଛନ୍ତି ମୁଁ ଧୋକା ଖାଇ ଆସିଛି ..

1 min read

ବିଜେଡିରେ ସାମିଲ ହୋଇ ଅଖିଳ ପଟ୍ଟନାୟକ କହିଛନ୍ତି, କଳାକାର ହୋଇ କାମ କରୁଥିଲି। ମୋ ପରିବାର ଗାଁରେ ସେବା କରୁଥିଲେ। ଅଭିନୟ ବାଛଲି କାରଣ ମୋତେ ଲୋକ ଜାଣିବେ ବୋଲି। ଗାଁ କଥା ମନେ ପଡିଲା। ତେଣୁ ସେବା ପାଇଁ ବିଜେପିରେ ମିଶିଲି । ହେଲେ କୋଣଠେସା ହେଲି। ବିଜୁ ବାବୁ ଚାହୁଁଥିଲେ ନିଜ ଗୋଡ଼ରେ ନିଜେ ଠିଆ ହୁଅ, ନବୀନ ପଟ୍ଟନାୟକ ସେହି ଆଦର୍ଶରେ କାମ କରି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏବେ ଏହି ରଥକୁ ମୁଁ ଆସିଛି ଟାଣିବାକୁ। ମୁଁ ବିରୋଧୀ ଦଳରେ ଥାଇ ଅନ୍ଧ ପିଟୁଳି ବାନ୍ଧି ଦେଇଥିଲି । ଆମକୁ ବିରୋଧ କରିବାକୁ କୁହାଯାଉଥିଲା। ହତୋତ୍ସାହିତ ହୋଇ ବୁଲୁଥିଲି, ନବୀନ ବାବୁଙ୍କ କୋଳ ପାଇଲି, ନାୟକ ମାନେ ବିଜେଡିରୁ ପରିଚୟ ପାଇଛନ୍ତି ତାକୁ ବାହାରେ ବିକନ୍ତି। ଯେଉଁମାନେ ଦଳ ଛାଡିଛନ୍ତି, ନବୀନଙ୍କ ସହ ସେମାନେ ଧୋକା କରିଛନ୍ତି। ମୁଁ ଧୋକା ଖାଇଛି, ମାନସ ମଙ୍ଗରାଜଙ୍କୁ କେବେ ଭୁଲିବିନି, ସେ ମତେ ଫୋନ କଲେ କହିଲେ,ତୋର ଲଢ଼ିବାର ଇଚ୍ଛାଶକ୍ତି ପାଇଁ ବିଜେଡିକୁ ଆସେ। ବିଜେଡି ମଙ୍ଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ ମୁଁ ପ୍ରତିଶୃତି ଦେଉଛି, ବିଜେଡିରେ କାମ କରିବି।

Advertisement

Leave a Reply

Your email address will not be published. Required fields are marked *