ଉତ୍ତର ପ୍ରଦେଶରେ ବଦଳୁଛି ରାଜନୈତିକ ସମୀକରଣ: ଆଜମ୍ ଖାନଙ୍କୁ ହସ୍ପିଟାଲରେ ଭେଟିଲେ ଅଖିଳେଶ
1 min readନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ଏକ ନୂଆ ସମୀକରଣ । ପୁଣି ଥରେ ଏକାଠି ହୋଇଛନ୍ତି ଆଜମ୍ ଖାନ୍ ଓ ଅଖିଳେଶ ଯାଦବ । ରାମପୁର ଲୋକସଭା ଆସନକୁ ନେଇ ଆଜମ୍ ଓ ଅଖିଳେଶଙ୍କ ମଧ୍ୟରେ ବୈଠକ ହୋଇଥିବା ଅନୁମାନ କରାଯାଉଛି । ଅସୁସ୍ଥ ଆଜମ୍ ଖାନ୍ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲରେ ଆଜମ୍ ଖାନଙ୍କୁ ଭେଟିବାକୁ ପହଞ୍ଚିଥିଲେ ଅଖିଳେଶ ଯାଦବ । ଅଖିଳେଶ ଓ ଆଜମ୍ ପରସ୍ପର ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ।
ଆଜମଙ୍କ ଇସ୍ତଫା ପରେ ରାମପୁର ଲୋକସଭା ଆସନ ଖାଲି ପଡିଛି । ସପାର ଶୀର୍ଷ ସ୍ତରୀୟ ନେତାଙ୍କ ସହିତ ଆଜମଙ୍କ ସମ୍ପର୍କ ଏତେଟା ଭଲ ନାହିଁ । ଏପରିକି ରାମପୁର ଉପ ନିର୍ବାଚନରେ ତାଙ୍କୁ ଆଉ ଟିକେଟ ନ ମିଳିବା ଉପରେ ମଧ୍ୟ ଆଲୋନା ହେଉଥିଲା । ତେବେ ସମସ୍ତ କଳ୍ପନା ଜଳ୍ପନାକୁ ପଛରେ ପକାଇ ଅଖିଳେଶ ବୁଧବାର ଆଜମଙ୍କୁ ଭେଟିଥିଲେ ।
ଏହି ବୈଠକ ସମ୍ପର୍କରେ ସପା ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ତେବେ ଅଖିଳେଶ ଆଜମ୍ ଖାନଙ୍କ ପରିବାରରୁ ଜଣଙ୍କୁ ଟିକେଟ ଦେବା ପାଇଁ ପ୍ରସ୍ତାବ ଦେଇଥିବା କୁହାଯାଉଛି । ଜେଲରୁ ବାହାରିବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ହୋଇଥିବା ବେଳେ ଏହି ବୈଠକରେ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନରେ ଜୟା ପ୍ରଦାଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ ଆଜମ୍ ଖାନ୍ ।