Pratidin TV

Odisha's Digital News Platform

ଜଗନମୋହନଙ୍କୁ ସମର୍ଥନ ରେ ଅଖିଳେଶ, ଜଗନମୋହନ ହୋଇପାରନ୍ତି ଇଣ୍ଡିଆ ମେଣ୍ଟରେ ସାମିଲ୍‌ !

 ଭାରତୀୟ ଜନତା ଦଳର ନେତାମାନେ ମୋଦୀ ୩.୦ ର ପ୍ରଥମ ବଜେଟକୁ ପ୍ରଶଂସା କରୁଛନ୍ତି।ଠିକ  ଏହି ସମୟରେ ବଜେଟ୍ ସମ୍ପର୍କରେ ଲୋକସଭାରେ ବିରୋଧୀ ଦଳର ନେତା ମାନେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।ତେବେ ଏହାରି ମଧ୍ୟରେ   ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ସରକାର ଉପରେ ତୁହାକୁ ତୁହା ଆକ୍ରମଣ କରିଛନ୍ତି।   ତେବେ ଏହାରି ମଧ୍ୟରେ  ଜଗନ ମୋହନ ରେଡ୍ଡୀ ଏବଂ ଅଖିଳେଶ ଯାଦବଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଜଗନ ମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶ ନାଇଡୁ ସରକାରଙ୍କ ବିରୋଧରେ ଏକ ଦିନିଆ ଧାରଣାରେ ବସିଛନ୍ତି।

ଏହାକୁ ଅଖିଳେଶ ଯାଦବ ସମର୍ଥନ କରିବା ସହ ଧାରଣାସ୍ଥଳ ଜନ୍ତରମନ୍ତରରେ ଆସି ପହଞ୍ଚିଛନ୍ତି। ଜଗନ ମୋହନ ରେଡ୍ଡୀ ଅଭିଯୋଗ କରିଛନ୍ତି, ଆନ୍ଧ୍ରପ୍ରଦେଶରେ ନୂଆ ସରକାର ଗଠନ ହେବାର ୪୫ ଦିନ ମଧ୍ୟରେ ୩୦ ଜଣଙ୍କୁ ହତ୍ୟା କରାଯିବା ସହ ଅନେକ ଲୋକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ତେଲୁଗୁ ଦେଶମ ପାର୍ଟି କ୍ଷମତାକୁ ଆସିବା ମାତ୍ରେ ସମଗ୍ର ରାଜ୍ୟର ଅବସ୍ଥା ଖରାପ ହୋଇଯାଇଛି। ଆମେ ସରକାର ଥିବାବେଳେ ବେସରକାରୀ ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିବାକୁ ଆମେ କେବେ ଉତ୍ସାହିତ କରିନାହୁଁ। କିମ୍ବା ଏପରି ହତ୍ୟା ଭଳି ଘଟଣାକୁ କେବେ ପ୍ରୋତ୍ସାହନ ଦେଇନାହିଁ, କିନ୍ତୁ ଆଜି ପରିସ୍ଥିତି ବଦଳି ଯାଇଛି, ଆମେ କାହିଁକି ଏହା ଉପରେ ପ୍ରଶ୍ନ ଉଠାଇନାହୁଁ।

Leave a Reply

Your email address will not be published. Required fields are marked *