Pratidin TV

Odisha's Digital News Platform

ବିଶ୍ୱରେ ମୋଦୀଙ୍କ ଲୋକପ୍ରିୟତାକୁ ନେଇ ତାତ୍ସଲ୍ୟ କଲେ ଅଖିଳେଶ ଯାଦବ…

1 min read

ଆମେରିକାର ଭିତ୍ତିକ ପରାମର୍ଶଦାତା ସଂସ୍ଥା ‘ମର୍ନିଂ କନ୍ସଲ୍ଟ’ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୬% ଅନୁମୋଦନ ସହ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ସ୍ଥାନ ପାଇଛନ୍ତି । ପିଏମ ମୋଦୀଙ୍କ ପରେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର (୬୬%), ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଆଲେନ ବର୍ସେଟ (୫୮%) ଏବଂ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା (୪୯%) ରହିଥିଲେ । ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ୪୦% ଅନୁମୋଦନ ମୂଲ୍ୟାୟନ ସହିତ ତାଲିକାରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି ।

ତେବେ ସାରା ବିଶ୍ୱରେ ମୋଦୀଙ୍କ ଏକ ନମ୍ବର ସ୍ଥାନକୁ ନେଇ କଟାକ୍ଷ କରିଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ । ଆମେ ଜାଣୁ ବିଶ୍ୱରେ ଅନେକ ଲୋକ ନଂ୧ । ହେଲେ ଏସବୁ କିଏ ବିଶ୍ୱସ କରେ । ଏହା ଛଡାନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲଖେିଛନ୍ତି ଯେ ଆପଣ କୈାଣସି କମ୍ପାନୀକୁ ଏକ ଟଙ୍କା ଦିଅନ୍ତୁ,ସେ କମ୍ପାନୀ ଆପଣଙ୍କୁ କହିବ ଆପଣ ଦୁନିଆରେ ଏକ ନମ୍ବର ବୋଲି । ହେଲେ କିଏ ଏହାକୁ ବିଶ୍ୱାସ କରିବ! ଦୁନିଆର ନଂ ୧ ଦେଶରେ ବାଲୋଟରେ ଭୋଟିଂ ହେଉଛି । ଯଦି ଆପଣ ଦୁନିଆରେ ନଂ ୧ ହୋଇଯାଇଛନ୍ତି, ତା’ହେଲେ ନମ୍ବର ୧ ଦେଶକୁ ଅନୁସରଣ କରି ବାଲୋଟରେ ଭୋଟିଂ କରାନ୍ତୁ । ଯଦି ଆପଣ ବାଲୋଟରେ ଭୋଟିଂ କରିବେ, ତା’ହେଲେ ଆମେ ମାନିବୁ ଯେ ଆପଣ ନମ୍ବର ୧ ।

Leave a Reply

Your email address will not be published. Required fields are marked *