Pratidin TV

Odisha's Digital News Platform

ବିଧାୟକ ପଦ ଛାଡିବେ ଅଖିଳେଶ ଯାଦବ!

1 min read

ବିଧାୟକ ପଦରୁ ଇସ୍ତଫା ଦେଲେ ସତ୍ତା ମୁଖ୍ୟ ଅଖିଲେଶ ଯାଦବ | ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ ଉତ୍ତରପ୍ରଦେଶର କରହଲ ବିଧାନସଭା ଆସନ ଓ ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି | ବର୍ତ୍ତମାନ ସେ ଲୋକସଭା କୌନଜ ଆସନରୁ ପ୍ରତିନିଧିତ୍ବ କରିବେ |

୨0୨୨ ମସିହାରେ ମୈନପୁରୀର କରହଲ ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ । ତେବେ ଚଳିତ ଲୋକସଭା ନିର୍ବାଚନରେ କନୌଜ ଆସନରୁ ଜିତିବା ପରେ କରହଲ ଆସନରୁ ସେ ଇସ୍ତଫା ଦେଇଛନ୍ତି । ତେବେ ବର୍ତ୍ତମାନ ଖାଲି ହୋଇଥିବା କରହିଲ ଆସନରେ ଉପନିର୍ବାଚନରେ ସପା ପକ୍ଷରୁ ତେଜ ପ୍ରତାପ ସିଂହ ଯାଦବଙ୍କୁ ପ୍ରାର୍ଥୀ କରାଯିବା ନେଇ ବୋଲି ଚର୍ଚ୍ଚା ଚାଲିଛି । ସେ ଆର୍‌ଜେଡି ନେତା ଲାଲୁ ଯାଦବଙ୍କର କ୍ୱାଇଁ ଅଟନ୍ତି ।

Advertisement

ବର୍ତ୍ତମାନ ସମୟରେ ତେଜ ପ୍ରତାପ ହେଉଛନ୍ତି ଅଳେଶଙ୍କ ପରିବାରର ଏକମାତ୍ର ସଦସ୍ୟ ଯିଏକି ରାଜନୀତିରେ ସକ୍ରିୟ ଥିଲେ ବି ସାଂସଦ କିମ୍ବା ବିଧାୟକ ପଦରେ ନାହାନ୍ତି । ସପା ନେତା ରାମ ଗୋପାଳ ଯାଦବଙ୍କର ଭଣଜା ଅରବିନ୍ଦ ଯାଦବ, ପୂର୍ବତନ ବିଧାୟକ ସୋବରନ୍ ସିଂହ ଯାଦବଙ୍କ ନାମ ମଧ୍ୟ ଏଥି ପାଇଁ ଚର୍ଚ୍ଚାରେ ରହିଛି । ସେପଟେ ଅଖିଲେଶ ସହିତ ଅଯୋଧ୍ୟା ସାଂସଦ ଅବଧେଶ ପ୍ରସାଦ ମଧ୍ଯ ବିଧାୟକ ପଦ ଛାଡ଼ିଛନ୍ତି । ସେ ମିଲ୍‌କିପୁର ବିଧାନସଭା କ୍ଷେତ୍ରରୁ ବିଧାୟକ ଥିଲେ ।

Leave a Reply

Your email address will not be published. Required fields are marked *