Pratidin TV

Odisha's Digital News Platform

ଋଷି ସୁନକଙ୍କ ରୋଷେଇକୁ ସ୍ତ୍ରୀ କଲେ ପ୍ରଶଂସା , କହିଦେଲେ ଏମିତି କିଛି..

1 min read

ଋଷି ସୁନକ ଜଣେ କେବଳ ଦକ୍ଷ ରାଜନେତା ନୁହନ୍ତି । ସେ ଜଣେ ଭଲ ରୋଷେୟା ମଧ୍ୟ । ଆଉ ତାଙ୍କର ରୋଷେଇ ପାଇଁ ଆଜି ସେ ପ୍ରଶଂସିତ । ଆଉ ତାଙ୍କର ପ୍ରଶଂସା କରିଛନ୍ତି ତାଙ୍କ ସ୍ତ୍ରୀ । ସାରା ଦେଶକୁ ଚଳାଉଥିବା ପ୍ରଧାନମନ୍ତ୍ରୀ ରୋଷେଇ ଘରେ ବେଶି ସମୟ ଦେଇ ପାରିନଥାନ୍ତି । ତଥାପି ବି ଅକ୍ଷତା ଙ୍କ ଠାରୁ ତାଙ୍କର ରୋଷେଇ ଦକ୍ଷତା ଥିବା ଅକ୍ଷତା କହିଛନ୍ତି । ପ୍ରଥମ ବ୍ରିଟିଶ ଭାରତୀୟ ଦମ୍ପତି ଏହି ମାସରେ ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ଏକ ସାକ୍ଷାତକାରରେ ଏହି କଥାର ଖୁଲାସା କରିଛନ୍ତି । ସେମାନେ ଏବେ ବ୍ରିଟେନର ସବୁଠାରୁ ପ୍ରସିଦ୍ଧ ଠିକଣାରେ ନିଜ ପୁଅ, ଝିଅ ଓ ଏକ କୁକୁର ସହ ରହୁଛନ୍ତି ।

ଅକ୍ଷତା ସାକ୍ଷାତ୍‌କାରେ କହିଛନ୍ତି କି ‘‘ସୁନକ ଖୁବ୍ ଭଲ ରୋଷେଇ କରନ୍ତି । ମୋର ବି ରୋଷେଇ ପ୍ରତି ଆଗ୍ରହ ଅଛି । ମାତ୍ର ତାଙ୍କର ଏହି ଦିଗରେ ଟିକେ ଅଧିକ ଦକ୍ଷତା ରହିଛି । ’’ ତେବେ ପତ୍ନୀଙ୍କ କଥା ପରେ ଋଷି କହିଛନ୍ତି ଯେ ‘‘ଏବେ ବିଶେଷ ରୋଷେଇ କହିଲେ ଶନିବାର ସକାଳୁ ଅଣ୍ଡା ସିଝାଇବା କାମ କରୁଛି ।’’କେବଳ ସେତିକି ନୁହେଁ । ଦମ୍ପତି ଏକଥା ବି କହିଛନ୍ତି ଯେ ପତି-ପତ୍ନୀଙ୍କ ମଧରୁ ଋଷି ସୁନକ ଅଧିକ ସଫାସୁତରା । ସକାଳୁ ଉଠିବା ପରେ ସେ ନିଜେ ତାଙ୍କ ବିଛଣା ଝଡ଼ାଝଡ଼ି କରି ସଜାଡ଼ିଥାନ୍ତି ।ଅକ୍ଷତା କହିଛନ୍ତି କି ସେ ସକାଳୁ ଉଠିପାରନ୍ତି ନାହିଁ । ସୁନକ ତାଙ୍କ କଥା ଉପରେ କହିଛନ୍ତି କି ସେ ବିଛଣା ବନାଇବାକୁ ବି ପସନ୍ଦ କରନ୍ତିନି । ଯାହା ତାଙ୍କୁ ବେଳେ ବେଳେ ବିରକ୍ତ କରାଏ । ଅକ୍ଷତା ଆହୁରି ମଧ୍ୟ କହିଛନ୍ତି ଯେ ସୁନକ ପିଲାମାନଙ୍କ ଦୀୟିତ୍ୱ ସହ ସବୁ କାର୍ଯ୍ୟ ସେ ଠିକ୍ ଭାବରେ ତୁଲାଇ ଥାନ୍ତି । ତେବେ ଏଙି ଦମ୍ପତ୍ତି ପ୍ରଥମେ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ପଢୁଥିବା ସମୟରେ ସାକ୍ଷାତ ହୋଇଥିଲେ । ପାଞ୍ଚ ବର୍ଷ ଡେଟିଂ ପରେ ସେମାନେ ଅଗଷ୍ଟ ୨୦୦୯ ରେ ବିବାହ କରିଥିଲେ । ସେମାନଙ୍କ ର ଦୁଇଟି ଝିଅ ମଧ୍ୟ ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *