Pratidin TV

Odisha's Digital News Platform

ବିଦେଶ ମାଟିରେ ଜାତୀୟ ପତାକା ଉଡାଇଲେ ଅକ୍ଷୟ, ଟାଇଗର…

କେବଳ ଅଭିନୟରେ ନୁହେଁ ଦେଶପ୍ରେମର ଅନନ୍ୟ ଉଦାହରଣ ଦେଇଛନ୍ତି ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ । ବିଦେଶୀ ମାଟିରେ ତ୍ରୀରଙ୍ଗା ଉଡାଇ ଭାରତକୁ ଗୌରବାନିତ୍ୱ କରିଛନ୍ତି । ଗଣତନ୍ତ୍ର ଦିବସ ଅବସରରେ ବଲିଉଡ୍‌ର ଖିଲାଡି ବୟ ଅକ୍ଷୟ କୁମାର ତାଙ୍କ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡଲ୍‌ରେ ଏକ ସୁନ୍ଦର ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ଟାଇଗର ଶ୍ରଫ ମଧ୍ୟ ନଜର ଆସିଛନ୍ତି । ଉଭୟ ଷ୍ଟାର ବର୍ତ୍ତମାନ ଜୋର୍ଡାନରେ ସେମାନଙ୍କର ଆଗାମୀ ମୁଭି ‘ବଡେ ମିୟାଁ ଛୋଟ ମିୟାଁ’ର ଏକ ଗୀତ ଶୁଟିଂ କରୁଛନ୍ତି । ନିଜ ଦେଶଠାରୁ ଦୂରରେ ଥିଲେ ମଧ୍ୟ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ବିଦେଶ ମାଟିରେ ଗଣତନ୍ତ୍ର ଦିବସ ପାଳନ କରିଥିଲେ ।

ଭିଡିଓରେ ଉଭୟ ଅଭିନେତା ହାତରେ ତ୍ରିରଙ୍ଗା ଧରି ଦୌଡୁଥିବା ଦେଖିବାକୁ ମିଳିଛି । ଭିଡିଓରେ, ଏୟାରଲିଫ୍ଟ ଷ୍ଟାର ବ୍ଲାକ ଲୁକ୍‌ରେ ନଜର ଆସିଛନ୍ତି । ସେ ଏକ କଳା ଶାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧିଛନ୍ତି । ଅନ୍ୟପକ୍ଷରେ, ହେରୋପନ୍ଥୀ ଅଭିନେତା ବେଜ ରଙ୍ଗର ପ୍ୟାଣ୍ଟ ଉପରେ ଧଳା ଶାର୍ଟ ପିନ୍ଧିଛନ୍ତି । ବ୍ୟାକ୍ ଗ୍ରାଉଣ୍ଡରେ ବାଜୁଥିବା ବନ୍ଦେ ମାତରମ୍ ଗୀତ ସହିତ ଅକ୍ଷୟ ଏବଂ ଟାଇଗରଙ୍କ ଏହି ଭିଡିଓ ନିଶ୍ଚିତ ଭାବରେ ମନରେ ଦେଶପ୍ରେମର ଭାବନାକୁ ଜାଗ୍ରତ କରୁଛି । ଏହି ଭିଡିଓ ୟୁଜର୍ସ ମାନେ ବେସ୍ ପସନ୍ଦ କରିଛନ୍ତି ।

Leave a Reply

Your email address will not be published. Required fields are marked *