ଅନନ୍ତ ରାଧିକା ଙ୍କ ବିବାହ କୁ ଯିବେ ନାହିଁ ଅକ୍ଷୟ କୁମାର ..
1 min readଦେଶର ସବୁଠୁ ବଡ଼ ବିବାହ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ହେବାକୁ ଯାଉଛି । ଅନନ୍ତ ଅମ୍ବାନୀ ଶୁକ୍ରବାର ରାଧିକା ମର୍ଚାଣ୍ଟଙ୍କ ସହ ବିହାବ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଯାହାକୁ ନେଇ ଏବେ ପ୍ରସ୍ତୁତି ଜୋରଦାର । ଏହି ରାଜକୀୟ ବିବାହରେ ଦେଶ ତଥା ବିଦେଶର ସମସ୍ତ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ କରାଯାଇଛି। ଦକ୍ଷିଣରୁ ବଲିଉଡ ପର୍ଯ୍ୟନ୍ତ ସମସ୍ତ ସେଲିବ୍ରେଟଙ୍କୁ ନିମନ୍ତ୍ରଣ କରାଯାଇଛି । ହେଲେ ବିବାହକୁ ଆସିବେନି ଖିଲାଡି ବୟ ଅକ୍ଷୟ କୁମାର। କାରଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଅକ୍ଷୟ କୁମାର । ଖିଲାଡୀ ଷ୍ଟାର ଆକ୍ଷୟ କୁମାର , ଗତ କିଛି ସପ୍ତାହ ଧରି ସେ ତାଙ୍କର ବହୁ ପ୍ରତୀକ୍ଷିତ ମୁଭି ‘ସରଫିରା’ର ପ୍ରମୋସନରେ ବ୍ୟସ୍ତ ଥିଲେ। ଏହି ମୁଭି ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏସବୁ ମଧ୍ୟରେ ଅଭିନେତା, ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗଦେବେ ବୋଲି ଆଶା କରାଯାଉଥିଲା।
ଅକ୍ଷୟଙ୍କ ବ୍ୟକ୍ତିଗତ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ଅକ୍ଷୟଙ୍କୁ ଅନନ୍ତ ଓ ରାଧିକାଙ୍କ ବିବାହରେ ସାମିଲ ହେବାକୁ ନିମନ୍ତ୍ରଣ ରହିଥିଲା। ଅଭିନେତା ବି ଯିବାକୁ ସମସ୍ତ ପ୍ରସ୍ତୁତି କରି ସାରିଥିଲେ। କିନ୍ତୁ କରୋନା ପଜିଟିଭି ହେବାପରେ ସେ ଏହି ଯାତ୍ରାରୁ ନିବୃତ୍ତ ରହିଛନ୍ତି।ବିବାହ ପୂର୍ବରୁ ଆୟୋଜିତ ହୋଇଥିବା ଅନନ୍ତଙ୍କ ପ୍ରି-ୱେର୍ଡିଂ କାର୍ଯ୍ୟକ୍ରମରେ ଅକ୍ଷୟ ସାମିଲ ହେବାକୁ ଜାମନଗର ଯାଇଥିଲେ। ସେଠାରେ ସେ ସକାଳ ୩ଟା ପର୍ଯ୍ୟନ୍ତ ନୃତ୍ୟ କରିଥିଲେ। ସୂଚନାଯୋଗ୍ୟ, ଅକ୍ଷୟ କୁମାର ଗତ ଦୁଇଦିନ ହେବ ଅସୁସ୍ଥତା ଅନୁଭବ କରୁଥିଲେ। ଦୁର୍ବଳ ଲାଗୁଥିବାରୁ ବିଛଣାରୁ ଉଠି ପାରୁ ନଥିଲେ। ତେଣୁ ସେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ତାଙ୍କର କିଛି ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ରିପୋର୍ଟରେ ଅକ୍ଷୟ କରୋନା ପଜିଟିଭି ଥିବା ଜଣାପଡ଼ିଥିଲା। ଏହାପରେ ସେ ନିଜକୁ ଆଇସୋଲେଟରେ ରଖିଛନ୍ତି।