Pratidin TV

Odisha's Digital News Platform

ପୁଣି ଡିପ୍‌ଫେକ୍ ଟେନସନ , ଏଥର ଡିପ୍‌ଫେକ୍ ଭିଡିଓର ଶିକାର ହେଲେ ଅଭିନେତା ଅକ୍ଷୟ କୁମାର ..

1 min read

ବଢଛି ଡିଫ୍‌ଫେକ୍ ଟେନ୍‌ସନ୍ ଆଜିକାଲି ବଲିଉଡ଼ ର ଅଭିନେତ୍ରୀମାନଙ୍କ ନକଲି ବା ଡିପ୍‌ଫେକ୍ ଭାଇରାଲ ଭିଡିଓ ଖବର ଖୁବ୍ ଚର୍ଚ୍ଚାରେ ରହିଛି । ରଶ୍ମିକାଙ୍କ ଡିପ୍‌ଫେକ୍ ଭିଡିଓକୁ ନେଇ ଅନେକ ବିବାଦ ଦେଖାଦେଇଥିବା ବେଳେ ପରେ କ୍ୟାଟ୍ରିନା ଓ ସାରା ତେନ୍ଦୁଲକରଙ୍କ ନକଲି ଭିଡିଓ ପୁଣି ଚର୍ଚ୍ଚାର ବିଷୟ ପାଲଟିଥିଲ । ଏବେ ଏହି ଡିପ୍‌ଫେକ୍ ଟେକ୍ନୋଲୋଜିକୁ ନେଇ ଚିନ୍ତାରେ ବଲିଉଡର ଖିଲାଡି ଅକ୍ଷୟ କୁମାର । ବର୍ତ୍ତମାନ ଅଭିନେତା ବଡ଼ ଚିନ୍ତାରେ ଅଛନ୍ତି । ଅକ୍ଷୟ କୁମାର ଡିପ୍‌ଫେକ୍ ରେ ଶିକାର ହୋଇଛନ୍ତି । ସୋଶିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ସୁପରଷ୍ଟାର ଏକ ଗେମ୍ ଏପ୍ଲିକେସନ୍‌ର ଆଡ୍ କରୁଛନ୍ତି ।  AI ଦ୍ୱାରା ତିଆରି ହୋଇଥିବା ଭିଡିଓରେ ଅକ୍ଷୟ କହୁଛନ୍ତି, ”ଆପଣ ମଧ୍ୟ ଗେମ୍ ଖେଳିବାକୁ ପସନ୍ଦ କରନ୍ତି କି ? ସେ ଏହି ଗେମ୍ ଆପ୍ ଡାଉନ୍‌ଲୋଡ୍ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି । ଏହା ଦୁନିଆର ଲୋକପ୍ରିୟ ସ୍ଲଟ୍ ଯାହା ସମସ୍ତେ ଏଠାରେ ଖେଳନ୍ତି । ଏହି ଭିଡିଓ ଦେଖିବା ପରେ, ଅନେକ ୟୁଜର୍ସ ଏହାର ବାସ୍ତବତା ବୁଝିଥିଲେ ଏବଂ କମେଣ୍ଟରେ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିଥିଲେ ।

ସୂଚନା ମୁତାବକ, ଅଭିନେତା ଏପରି କୌଣସି ପ୍ରକାରର ଆଡ୍ ସହିତ ଜଡିତ ନୁହଁନ୍ତି । ସେଥିପାଇଁ ପାଇଁ ଏହି ଭିଡିଓକୁ ନେଇଁ ଅନୁସନ୍ଧାନ କରାଯାଉଛି ଏବଂ ମିଛ ଆଡ୍ ପାଇଁ ଅଭିନେତାଙ୍କ ପରିଚୟକୁ ଅପବ୍ୟବହାର କରିବା ଯୋଗୁ, ସେହି ଲୋକଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ନକଲି ସାଇବର ଅଭିଯୋଗ ସୋସିଆଲ ମିଡିଆ ବିରୋଧରେ ଦାଖଲ କରାଯାଇଛି । ଏହି ଭିଡିଓ ତିଆରି କରିଥିବା ହ୍ୟାଣ୍ଡେଲ ଏବଂ କମ୍ପାନୀ ଉପରେ ଅଭିଯୋଗ ମଧ୍ୟ କରାଯାଇଛି । ଏହି ଭିଡିଓ ଦେଖିବା ପରେ ଅକ୍ଷୟ ତାଙ୍କ ପରିଚୟର ଅପବ୍ୟବହାର ହୋଇଥିବାରୁ ସେ ଅସନ୍ତୋଷ ଭାବ ପ୍ରକାଶ କରିଛନ୍ତି ଏବଂ ତାଙ୍କ ଟିମ୍ ଏହି ଭିଡିଓ କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *