Pratidin TV

Odisha's Digital News Platform

ବାପାଙ୍କ ନାମରେ ନାମିତ ହଷ୍ଟେଲରେ ଅଭିନେତା ଅକ୍ଷୟ କଲେ ୧ କୋଟିର ଦାନ

1 min read

ଚଳିତ ବର୍ଷ ବଲିଉଡର ଖିଲାଡି ଅର୍ଥାତ ଅକ୍ଷୟ କୁମାରଙ୍କ ଆସୁଛି ଅନେକ ଧମାକେଦାର ଫିଲ୍ମ | ଏହି ବର୍ଷ ଗୋଟିଏ ପରେ ଗୋଟିଏ ନୂଆ ଫିଲ୍ମ ଦେଖିବାକୁ ମିଳିବ | ଏହି ବର୍ଷର ଅଭିନେତା ଅକ୍ଷୟଙ୍କ ପ୍ରଥମ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ ଆସିବାକୁ ଯାଉଛି | ଫାଇଲ୍ର ପ୍ରୋମସନ ପାଇଁ ଜୋରଦାର ଚାଲିଛି କାମ | ଏହି ସମୟରେ ସେ ଏକ ଛାତ୍ର ନିବାସରେ କରିଛନ୍ତି ୧ କୋଟି ଦାନ |

ସୂଚନା ମୁତାବକ, ତାଙ୍କ ଆଗାମୀ ଫିଲ୍ମ ସୁଟିଂ ପାଇଁ ସେ ଉଦୟପୁର ଯାଇଥିଲେ | ତାଙ୍କର ଆଗାମୀ ଫିଲ୍ମ ‘ଖେଲ ଖେଲ ମେଁ’ ର ସୁଟିଂ ରେ ବ୍ୟସ୍ତ ଅଛନ୍ତି | ଏହି ଫିଲ୍ମରେ ସେ ତାପସିଙ୍କ ନଜର ଆସିବାକୁ ଯାଉଛନ୍ତି | ଏହି ସସମାୟାରେ ସେ ଉଦୟପୁରସ୍ଥିତ ଏକ ହଷ୍ଟେଲ ଯାଇଥିଲେ | ଯେଉଁଠାରେ ସେ ତାଙ୍କ ବହୁ ପ୍ରଶଂସକ ସହ ଭେଟ ହୋଇଥିଲେ | ଏବଂ ଏହି ସମୟରେ ଅଭିନେତା ୧ କୋଟି ଟଙ୍କା ଦାନ କରିଥିବାର ନଜର ଆସିଥିଲେ |

Advertisement

ଏବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଭିଡ଼ିଓରେ ଦେଖିବାକୁ ମିଳିଛି, ଅକ୍ଷୟ କୁମାର ଶୁଟିଂ କାର୍ଯ୍ୟସୂଚୀରୁ ବିରତି ନେଇ ଖେରୱାରା କ୍ୟାଣ୍ଟନମେଣ୍ଟରେ ଥିବା ଭାନଭାସୀ କଲ୍ୟାଣ ପରିଷଦ ହଷ୍ଟେଲ ପରିଦର୍ଶନ କରିଥିଲେ। ସେଠାରେ ସେ ପିଲାମାନଙ୍କ ସହିତ ପୂଜା କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା । ଯେତେବେଳେ ଅଭିନେତା ସେଠାରେ ପହଞ୍ଚିଲେ ସେହି ସମୟରେ ଆରତୀ ହେଉଥିଲା, ତେଣୁ ଅଭିନେତା ଏଥିରେ ଯୋଗ ନେଇଥିଲେ | ପିଲାମାନେ ଅଭିନେତାଙ୍କୁ ଦେଖିବା କ୍ଷଣି ଆନନ୍ଦରେ ଡେଇଁବା ଆରାମଃ କରିଦେଇଥିଲେ | ଏହା ପରେ ଅଭିନେତା ପିଲାମାନଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କ ପାଠ ପଢା ବିଷୟରେ ଜାଣିଥିଲେ | କୁହାଯାଉଛି ଯେ ଏହା ପରେ ଅଭିନେତା ବାଳିକା ହଷ୍ଟେଲ ନିର୍ମାଣ ପାଇଁ ୧ କୋଟି ଟଙ୍କା ଦେଇଛନ୍ତି।

ସୂଚନା ମୁତାବକ ଏହି ପୁରୁଣା ହଷ୍ଟେଲ ଅଭିନେତା ଅକ୍ଷୟ କୁମାରଙ୍କ ବାପାଙ୍କ ନାମରେ ନାମିତ ହୋଇଛି | ଗୋଟେ ବର୍ଷ ପୂର୍ବେ ଏହି ହଷ୍ଟେଲ ନିର୍ମାଣ ସମୟରେ ସେ ସାହାଯ୍ୟର ହାତ ବଢାଇଥିଲେ | ଏହାପରେ ହଷ୍ଟେଲର ନାମ ରାଜସ୍ଥାନ ଭାନଭାସୀ କଲ୍ୟାଣ ପରିଷଦ ହରିୟମ ଆଶ୍ରମ ହଷ୍ଟେଲ ରଖାଯାଇଥିଲା। ଅଭିନେତାଙ୍କ ପିତାଙ୍କ ନାମ ହରିୟମ ଭାଟିଆ | ଏହି ହଷ୍ଟେଲ ସହ ଅଭିନେତା ଅକ୍ଷୟଙ୍କ ଦୀର୍ଘ ସମ୍ପର୍କ ରହିଅଛି |

Leave a Reply

Your email address will not be published. Required fields are marked *