ପୁଅକୁ ଝୁରି କାନ୍ଦିଲେ ଶିଖର ଧୱନ, ସାହାରା ଦେବାକୁ ଆସିଲେ ଅକ୍ଷୟ କୁମାର
1 min readବଲିଉଡର ଖିଲାଡି କୁମାରଙ୍କୁ କିଏ ବା ନଜାଣେ । ତାଙ୍କ ଫିଲ୍ମ କୁ ନେଇ ସେ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ଲୋକଙ୍କୁ ସାହାଯ୍ୟ କରିବାକୁ ଅନେକ ସମୟରେ ବାହାରି ଆସିଥାନ୍ତି ଅଭିନେତା । ହେଲେ ବର୍ତ୍ତମାନ ଅନ୍ୟ କିଛି କାରଣ ପାଇଁ ଚର୍ଚ୍ଚା କୁ ଆସିଛନ୍ତି । ବର୍ତ୍ତମାନ ସେ ଶିଖର ଧାୱନଙ୍କୁ ଧର୍ଯ୍ୟ ରଖିବାକୁ କହିଛନ୍ତି । ଅଭିନେତା ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ମଧ୍ୟ ସେୟାର କରିଛନ୍ତି। ତେବେ କଣ ପାଇଁ ସେ ଏଭଳି କହିଛନ୍ତି ଆସନ୍ତୁ ଜାଣିବା ପୁରା ଘଟଣା । ଅକ୍ଷୟ ଶିଖର ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଶିଖରଙ୍କ ପୋଷ୍ଟ ସେୟାର କରିବାବେଳେ ସେ କ୍ୟାପସନରେ ଲେଖିଛନ୍ତି ଯେ .. ତୁମ ପୋଷ୍ଟ ଦେଖି ମୁଁ ଭାବପ୍ରବଣ ହୋଇଗଲି। ଜଣେ ପିତା ଭାବରେ ମୁଁ ଜାଣେ ପିଲାମାନଙ୍କୁ ଦେଖି ନପାରିବା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ତୁମେ ଧର୍ଯ୍ୟ ଧର ଶିଖର। ତୁମ ପାଇଁ ଲକ୍ଷ ଲକ୍ଷ ଲୋକ ପ୍ରାର୍ଥନା କରୁଛନ୍ତି ଯେ ତୁମେ ଶୀଘ୍ର ତୁମ ପୁଅକୁ ପାଖରେ ପାଇବ । ନିକଟରେ ଶିଖର ତାଙ୍କ ପୁଅର ଜନ୍ମଦିନରେ ଭିଡିଓ କଲର ସ୍କ୍ରିନସଟ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ ମୁଁ ତୁମକୁ ଦେଖିବାର ପ୍ରାୟ ଏକ ବର୍ଷ ବିତିଗଲାଣି ଏବଂ ପ୍ରାୟ ତିନି ମାସ ଧରି ମୋତେ ସବୁଥିରେ ମତେ ବ୍ଲକ୍ କରାଯାଇଛି।
ମୋ ପୁଅ.. ମୁଁ ତୁମକୁ ଜନ୍ମଦିନର ବହୁତ ଶୁଭେଚ୍ଛା ଜଣାଉଛି ଏବଂ ଏଥିପାଇଁ ମୁଁ ଏହି ପୋଷ୍ଟ ସେୟାର କରୁଛି ।ସେ ଆହୁରି ଲେଖିଛନ୍ତି ଯେ ମୁଁ ତୁମ ସହିତ ସିଧାସଳଖ ସଂଯୋଗ କରିପାରିବି ନାହିଁ, କିନ୍ତୁ ଫୋନ ଦ୍ଵାରା ତୁମ ସହିତ ଯୋଗାଯୋଗ କରିପାରିବ । ମୁଁ ତୁମ ପାଇଁ ଗର୍ବିତ। ପାପା ତୁମକୁ ସବୁବେଳେ ମନେ ପକାଉଛନ୍ତି ଏବଂ ତୁମକୁ ବହୁତ ଭଲ ପାଆନ୍ତି । ମୁଁ ସେହି ଦିନକୁ ଅପେକ୍ଷା କରୁଛି। ଯେଉଁଦିନ ଆମେ ପୁଣି ଥରେ ଭେଟିବ । ଜୋରା, ଆଇ ଲଭ୍ ୟୁ….ପାପା । ନିଜ ପୁଅର ଜନ୍ମଦିନରେ ଶିଖର କିଛି ଏଭଳି ଭାବପ୍ରାଣ ପୋଷ୍ଟ ସୋସିଆଲ ମିଡ଼ିଆରେ ଛାଡିଥିଲେ । ଯାହାକୁ ଦେଖି ତାଙ୍କ ଫ୍ୟାନ ଦୁଃଖିତ ହେଇଥିଲା ଆଉ ସେହି ତାଲିକା ଅଭିନେତା ଅକ୍ଷୟ ମଧ୍ୟ ରହିଥିଲେ । ଶିଖରଙ୍କ ଏହି ପୋଷ୍ଟ ଦେଖି ତାଙ୍କଲୁହ ପୋଛିବାକୁ ଆଗକୁ ବାହାରି ଆସିଥିଲେ ଖିଲାଡୀ କୁମାର ।