Pratidin TV

Odisha's Digital News Platform

ହାତ ଧରିଲେ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ..

1 min read

ହାତ ଧରିଲେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ । ଆଜି କଟକ ଟାଉନ ହଲରେ କଂଗ୍ରେସର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ବିଜେଡି ଏବଂ ବିଜେପି ଦଳର ଯୁବକ ମାନେ କଂଗ୍ରେସରେ ମିଶି କଟକ ବାରବାଟି ପାର୍ଥୀ ସୋଫିଆ ଫିର୍ଦ୍ଦୋସଙ୍କୁ ସମର୍ଥନ କରିଛନ୍ତି । କର୍ମୀମାନଙ୍କୁ ଉତ୍ତରୀୟ ସହିତ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି ସୋଫିଆ । ସେହିପରି ଏହି ମିଶ୍ରଣ ପର୍ବରେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପୁଅ୍ ଚିତ୍ରଭାନୁ ମହାନ୍ତି ମଧ୍ୟ କଂଗ୍ରେସ ମିଶିଥିଲେ ।

ଆଜି ଏହି ମିଶ୍ରଣ ପର୍ବରେ ଅଧିକ ସଂଖ୍ୟାରେ ଯୁବକ ମାନେ ଆନ୍ୟ ଦଳରୁ ଆସି କଂଗ୍ରେସ ସାମିଲ ହୋଇଥିବା ଦେଖି ଖୁସି ପ୍ରକାଶ କରିଛନ୍ତି ସୋଫିଆ । ସେ କହିଛନ୍ତି ମୁଁ ଯେହେତୁ ମୁଁ ୟୁଥ୍ ତେଣୁ ବାରବାଟୀ ନିର୍ବାଚନ ମଣ୍ଡଳୀରେ ଯୁବକମାନେ ମୋତେ ସପୋର୍ଟ କରୁଛନ୍ତି । ଯଦି ଯୁବଶକ୍ତି ଚାହିଁବେ ତାହେଲେ ଓଡିଶାରେ ଏକଛତ୍ରବାଦୀ ଶାସନର ଅନ୍ତ ଘଟିବ ବୋଲି ସେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *