Pratidin TV

Odisha's Digital News Platform

ଅଭିନୟ ଛାଡି ରାଜନୀତି କରିବେ କି ଅକ୍ଷୟ କୁମାର?

ବଲିଉଡର ଖିଲାଡି ଷ୍ଟାର ଏବେ କରିବେ ରାଜନୀତି । ଆଗମୀ ନିର୍ବାଚନରେ ଲଢିବେ ନିର୍ବାଚନ । ଆଗାମୀ ନିର୍ବାଚନରେ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜୋରଦାର ଚର୍ଚ୍ଚା ହେଉଛି । ନିର୍ବାଚନ ଯେତେ ପାଖେଇ ଆସୁଛି ସାଧାରଣ ଜନତାଙ୍କ ଠାରୁ ନେତା ସେଲିବ୍ରିଟିଙ୍କ କ୍ରେଜ ବଢିବାରେ ଲାଗିଛି ।

ଆଗାମୀ ନିର୍ବାଚନ ପାଇଁ ପ୍ରତ୍ୟେକ ଦଳ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ଏକ ମେଣ୍ଟ ଗଠନ କରି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଜେପି ଏବେ ପ୍ରତିନିଧିଙ୍କ ନାଁ ସର୍ଟଲିଷ୍ଟ କରୁଛି । ପାର୍ଟିର ନେତାମାନେ ବିଭିନ୍ନ ରାଜ୍ୟରୁ ଆଶାୟୀ ଥିବା ଲୋକଙ୍କ ନାଁ ଏକାଠି କରୁଛି ।

ଏ ନେଇ ବହୁତ ବୈଠକ ବି ହୋଇଛି ।ଏଭଳି ପରିସ୍ଥିତିରେ ଭାଜପା ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ନେଇ ମଇଦାନକୁ ଓହ୍ଲାଇବବୋଲି ଚର୍ଚ୍ଚା ହେଉଛି । ଅକ୍ଷୟ କୁମାର ବିଜେପି ଟିକେଟରେ ଦିଲ୍ଲୀର ଚାନ୍ଦନୀ ଚୌକ ଆସନରୁ ନିର୍ବାଚନ ଲଢିବେ ବୋଲି ଶୁଣିବାକୁ ମିଳୁଛି । କୁହାଯାଉଛି ଯେ ଦଳର ତେତେଜଣ ନେତା ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *