Pratidin TV

Odisha's Digital News Platform

ଅକ୍ଷୟଙ୍କୁ ଟକ୍କର ଦେବେ ଇମରାନ୍ , ସାମ୍ନାକୁ ଆସିଲା ଫିଲ୍ମ ସେଲ୍‌ଫି ମୋସନ ପୋଷ୍ଟର ଓ ରିଲିଜ୍ ଡେଟ୍ ..

1 min read

ମୁମ୍ବାଇ : ଗତବର୍ଷ ବଲିଉଡ୍‌କୁ ଘାରିଥିଲା ମାନ୍ଦା ଅବସ୍ଥା । ଯେଉଁଥିରୁ ବର୍ତ୍ତିପାରିନାହାନ୍ତି ସୁପରଷ୍ଟାର ଖିଲାଡି କିଙ୍କ୍ ଅକ୍ଷୟ କୁମାର । ଆଜ୍ଞା ହଁ ୨୦୨୨ ରେ ଅକ୍ଷୟ ୪ଟି ଫିଲ୍ମ ଫ୍ଲପ୍ ହୋଇଥିଲା । କିନ୍ତୁ ୨୦୨୩ର ଆରମ୍ଭରେ ତାଙ୍କ ହାତରେ ଗୋଟେ ଭଲ ପ୍ରୋଜେକ୍ଟ ରହିଛି । ଯାହାର ସୁଟିଂ ମଧ୍ୟ ନିକଟରେ ଶେଷ ହୋଇଛି । ତେବେ ଚାଲନ୍ତୁ ଜାଣିବା ଅକ୍ଷୟଙ୍କ ଅପକମିଙ୍ଗ୍ ଫିଲ୍ମ ବିଷୟରେ । ଏଥର ଅକ୍ଷୟଙ୍କୁ ଫିଲ୍ମରେ ଟକ୍କର ଦେବେ ବଲିଉଡ୍‌ର ଚକ୍‌ଲେଟ୍ ହିରୋ ଇମରାନ ହାସ୍‌ମି । ଫିଲ୍ମର ନା ସେଲ୍ଫି ରଖାଯାଇଥିବା ବେଳେ ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି କରନ୍ ଜୋହର ତାସହ ଅକ୍ଷୟ ମଧ୍ୟ ନିଜେ ଏଥିରେ ସହ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ଅକ୍ଷୟ,ଇମରାନଙ୍କ ସହ ଆକ୍ଟ୍ରେସ୍ ଡାଏନା ପେଣ୍ଟି ଏବଂ ନୁଶରତ ଭରୁଜା ମଧ୍ୟ ନଜର ଆସିବେ । ତେବେ ଏହି ଫିଲ୍ମଟି ମାଲୟାଲାମ୍ ଫିଲ୍ମ ‘ଡ୍ରାଇଭିଙ୍ଗ୍ ଲାଇସେନ୍ସ ’ର ହିନ୍ଦୀ ରିମେକ୍ ଅଟେ ।

ଆଜି ଫିଲ୍ମର ପ୍ରଥମ ମୋସନ୍ ପିକ୍‌ଚର ରିଲିଜ୍ ହୋଇଛି । ଯାହାକୁ ଅକ୍ଷୟ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି – ଯେ ପ୍ରଶଂସକମାନେ ହିଁ ଜଣେ ତାରକା ବା ଅଭିନେତାକୁ ତିଆରି କରିପାରନ୍ତି ଏବଂ ଭାଙ୍ଗି ମଧ୍ୟ ପାରନ୍ତି । ଜାଣନ୍ତୁ କଣ ହେବ ଯେତେବେଳେ ଜଣେ ପ୍ରଶଂସକ ତା ପ୍ରିୟ ଅଭିନେତା ବା ଆଇଡଲ୍‌ର ବିରୋଧରେ ଯିବ । ଏହି ଫିଲ୍ମରେ ଅକ୍ଷୟକୁମାରଙ୍କୁ ଦର୍ଶକମାନେ ଜଣେ ସୁପରଷ୍ଟାର ରୋଲ କରୁଥିବାର ଦେଖିବାକୁ ପାଇବେ ।

Advertisement

ଅକ୍ଷୟକୁମାର ଏବଂ ଇମ୍ରାନ୍ ହାସମିଙ୍କ୍ ଏହି ଫିଲ୍ମଟି ଆସନ୍ତା ମାସ ଫ୍ରେବୃଆରୀ ୨୪ରେ ଥ୍ରିଏଟରରେ ରିଲିଜ୍ ହେବାକୁ ଯାଉଛି । ତେବେ ଦେଖାଯାଉ ନୂଆ ବର୍ଷ ନୂଆ ଫିଲ୍ମ ଅକ୍ଷୟ ଆଉ ଇମ୍ରାନଙ୍କୁ ନେଇ ବଲିଉଡ୍‌ର ଭାଗ୍ୟ ବଦାଳାଉଛି କି ନାହିଁ ।

Leave a Reply

Your email address will not be published. Required fields are marked *