Pratidin TV

Odisha's Digital News Platform

ନୂପୂର ଶର୍ମାଙ୍କ ବିବାଦୀୟ ବୟାନ: ଭାରତରେ ଆତ୍ମଘାତୀ ଆକ୍ରମଣ ଧମକ ଦେଲା ଅଲକାଏଦା

1 min read

ନୂଆଦିଲ୍ଲୀ: ଭାରତରେ ଆତ୍ମଘାତୀ ଆକ୍ରମଣ ପାଇଁ ଧମକ ଦେଲା ଆତଙ୍କୀ ସଙ୍ଗଠନ ଅଲ-କାଏଦା । ପ୍ରଫେଟ ମହମ୍ମଦଙ୍କ ଅପମାନର ପ୍ରତିଶୋଧ ନେବା ପାଇଁ ରାଜଧାନୀ ଦିଲ୍ଲୀ ସମେତ ଗୁଜୁରାଟ, ଉତ୍ତରପ୍ରଦେଶ ଓ ମୁମ୍ବାଇରେ ଆତ୍ମଘାତୀ ଆକ୍ରମଣ କରିବ ବୋଲି କହିଛି ଏହି କୁଖ୍ୟାତ ଆତଙ୍କୀ ସଙ୍ଗଠନ । ଅଲ-କାଏଦା ଗତ ୬ ତାରିଖ ଦିନ ଏକ ପତ୍ର ଜରିଆରେ ଏହି ଧମକ ଦେଇଛି । ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିଜେପିର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କ ଆପତ୍ତିଜନକ ମନ୍ତବ୍ୟ ଇସଲାମିକ ରାଷ୍ଟ୍ରରେ ଝଡ ସୃଷ୍ଟି କରିଥିବା ବେଳେ ଏବେ ଅଲ-କାଏଦା ମଧ୍ୟ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡିଛି । ଏହି ଅପମାନର ପ୍ରତିଶୋଧ ସୂରୁପ ସେ ଭାରତରେ ଆକ୍ରମଣ ପାଇଁ ଧମକ ଦେଇଛି ।

ଅଲ-କାଏଦା ଏକ ଧମକପୂର୍ଣ୍ଣ ପତ୍ର ଜାରି କରି କହିଛି, ”ପ୍ରଫେଟ ମହମ୍ମଦଙ୍କ ସମ୍ମାନ ପାଇଁ ଲଢିବାକୁ ଆମେ ଭାରତର ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ ଓ ୟୁପି ଭଳି ପ୍ରମୁଖ ସହରରେ ଆତ୍ମଘାତୀ ଆକ୍ରମଣ ଆରମ୍ଭ କରିବୁ । ଯେଉଁମାନେ ପ୍ରଫେଟ ମହମ୍ମଦଙ୍କୁ ଅପମାନିତ କରିଛନ୍ତି, ତାଙ୍କୁ ହତ୍ୟା କରିବୁ । ଆମେ ନିଜେ ଏବଂ ନିଜ ପିଲାଙ୍କ ଶରୀରରେ ବିସ୍ଫୋଟକ ବାନ୍ଧି ଏପରି ଅପମାନ କରିବାକୁ ସାହସ କରୁଥିବା ଲୋକମାନଙ୍କୁ ଉଡାଇ ଦେବୁ । ବର୍ତ୍ତମାନ ଗେରୁଆ ଆତଙ୍କବାଦୀମାନେ ଦିଲ୍ଲୀ, ମୁମ୍ବାଇ, ୟୁପି ଓ ଗୁଜୁରାଟରେ ନିଜର ଅନ୍ତ ପାଇଁ ଅପେକ୍ଷା କରିବା ଉଚିତ୍ ।”ପତ୍ରରେ ଆହୁରି ମଧ୍ୟ କୁହାଯାଇଛି ଯେ,” କିଛି ଦିନ ତଳେ ହିନ୍ଦୁତ୍ବ ପ୍ରଚାରକ ଟିଭି ଡିବେଟରେ ଇସଲାମ ଧର୍ମ ଏବଂ ପ୍ରଫେଟ ମହମ୍ମଦଙ୍କୁ ଅପମାନ କରିଥିଲେ । ତାଙ୍କର ଅପମାନଜନକ ମନ୍ତବ୍ୟ ବିଶ୍ବବ୍ୟାପୀ ମୁସଲମାନଙ୍କ ଭାବନାକୁ କ୍ଷତି ପହଞ୍ଚାଇଛି । ଏପରି ଅପରାଧ କରିଥିବା ଲୋକଙ୍କୁ ଆଦୌ କ୍ଷମା ମିଳିବ ନାହିଁ । ଆମେ ଏହି ଅପମାନର ପ୍ରତିଶୋଧ ନେବୁ ।

Leave a Reply

Your email address will not be published. Required fields are marked *