Pratidin TV

Odisha's Digital News Platform

ଶପଥ ନେଲେ ଅଳକା ମହାନ୍ତି

ଭୁବନେଶ୍ବର: ବ୍ରଜରାଜ ନଗର ବିଧାୟିକା ଭାବେ ଶପଥ ନେଲେ ଅଳକା ମହାନ୍ତି । ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭା ର ୨୧ ନମ୍ବର ପ୍ରକୋଷ୍ଠରେ ଏହି ଶପଥ ପାଠ କରାଇଛନ୍ତି । ଅଳକା ଶପଥ ନେବା ପରେ ବିଜେଡିର ବିଧାୟକଙ୍କ ସଂଖ୍ୟା ୧୧୪ ରେ ପହଞ୍ଚିଛି ।

ବିଧାୟିକା ଭାବେ ଶପଥ ନେଲେ ଅଳକା ମହାନ୍ତିବିଧାୟିକା ଭାବେ ଶପଥ ନେବା ପରେ ଅଳକା ମହାନ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ପ୍ରକଟ କରୁଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।ମୋ ଅଞ୍ଚଳ ବାସୀଙ୍କ ପାଇଁ ମୁଁ ସର୍ବଦା କାର୍ୟ୍ୟ କରିବି । ଏହି କାର୍ୟ୍ୟକ୍ରମରେ ଦଳର ବିଧାୟକ ଓ ମାନ୍ତ୍ରୀ ମାନେ ଉପସ୍ଥିତି ଥିଲେ ।

Leave a Reply

Your email address will not be published. Required fields are marked *