Pratidin TV

Odisha's Digital News Platform

ରେଡ ଜୋନରେ କୋରାପୁଟ : ମହାମାରୀ ରୂପ ନେଇପାରେ ଡେଙ୍ଗୁ

1 min read

ଭୁବନେଶ୍ୱର :କୋରାପୁଟ ଜିଲ୍ଲାରେ କାୟା ମେଲାଉଛି ଡେଙ୍ଗୁ । ଜିଲ୍ଲାର ଜୟପୁର,ଲକ୍ଷ୍ମୀପୁର,ଜଶବନ୍ତପୁର ଏବଂ କୋଠବାଟରେ ବେକାବୁ ହୋଇଛି ଡେଙ୍ଗୁ ପରିସ୍ଥିତି । ତେବେ କୋରାପୁଟ ମେଡିକାଲ କଲେଜ ଓ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଡେଙ୍ଗୁ ଚିହ୍ନଟ ପାଇଁ ଚିହ୍ନଟ କିଟର ଅଭାବ ପଡିବାରୁ ଲୋକଙ୍କ ହିନସ୍ତା କହିଲେ ନଚଳେ ।

ପ୍ରତ୍ୟକଦିନ ଏଠାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାବେଳେ ତାହ ସରକାରୀ ହିସାବରେ ନାହିଁ । ଶହ ଶହ ଲୋକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି । ତେବେ ସରକାରୀ ଚିକିତ୍ସାଳୟରେ ଦିନ ୧୨ ଟା ଯାଏ ନମୁନା ସଂଗ୍ରହ କରିବାର ସମୟ ରହିଛି । ଦିନ ୧୨ ଟା ପରେ ଯେଉଁ ଲୋକମାନେ ବି ଆସୁଛନ୍ତି ,ସେମାନଙ୍କୁ ଫେରାଇଦିଆ ଯାଉଛି । ଯାହାଫଳରେ ସାଧାରଣ ଲୋକେ ଭୟଭୀତ ହୋଇ ଘରୋଇ ସଂସ୍ଥାଗୁଡିକରେ ପରୀକ୍ଷା କରାଇଦେଉଛନ୍ତି ।କିନ୍ତୁ ସମସ୍ୟାର କାରଣ ଯେ ସେହି ରିପୋର୍ଟ କୁ ଗ୍ରହଣ କରୁନି କୋରାପୁଟ ମେଡିକାଲ କଲେଜ ଓ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ।

Advertisement

କୋରାପୁଟ ମେଡିକାଲରେ ୨ ଟି ପ୍ରେଣ୍ଟଲେଟ ମେସିନ ର ସୁବିିଧା ଥାଇଁ ମଧ୍ୟ ମେସିନ ଦୁଇଟି ସମ୍ପୂର୍ଣ୍ଣ ଭାବରେ ଅଚଳ ହୋଇ ପଡିଥିବାରୁ ସର୍ବ ସାଧାରଣ ନାହିଁ ନଥିବା ହିନସ୍ତା ହେଉଛନ୍ତି । ବାଧ୍ୟ ହୋଇ ଚିକିତ୍ସାପାଇଁ ବ୍ରହ୍ମପୁର ନଚେତ ବିଶାଖାପାଟଣା ଯାଉଛନ୍ତି । ଏସବୁ ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପ୍ରକାରର ଭୟାଭୟତା ବା ନିରାକରଣ ସଚେତନାତା ମଧ୍ୟ ଦିଆଯାଉନଥିବା ସୂଚନା ମିଳୁଛି । ତେବେ ଗୋଟିଏ ପଟେ କୋରାପୁଟରର ସମେତ ଗାଁ ଗାଁ ଯାକ ଡେଙ୍ଗୁର ପରିସ୍ଥିତି ଦିନକୁ ଦିନ ହୁ ହୁ ହୋଇ ବଢିଚାଲିବା ବେଳେ , ଲଘୁଚାପ ଯୋଗୁ ଆଗକୁ ଆହୁରି ବର୍ଷା ।ତେବେ ବର୍ଷାଯୋଗୁ ପରିସ୍ଥତି ମହାମାରୀ ରୂପ ନେବା ଆଶଙ୍କା ଥିବାବେଳେ , ପ୍ରଶାସନ ଓ ପୌରପାଳିକା ଅଚିନ୍ତା ନିଦ୍ରାରେ ଶୋଇଥିବାରୁ ଘୋର ଚିନ୍ତାରେ ରହିଛନ୍ତି ଜିଲ୍ଲାବାସୀ ।

Leave a Reply

Your email address will not be published. Required fields are marked *